ବହୁଚର୍ଚ୍ଚିତ ନଗଡାରେ ସ୍ୱାବ ପରୀକ୍ଷା l

ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବହୁ ଚର୍ଚିତ ନଗଡା଼ର ଆଦିବାସୀ ମାନେ କୋଭିଡ ଟୀକା ନେବାକୁ କିମ୍ବା ସ୍ୱାବ ପରୀକ୍ଷା କରିବାକୁ ରାଜି ନହେବା ଘଟଣା ସୁକିନ୍ଦା ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା l ସେମାନଙ୍କୁ ବହୁ ବୁଝାସୁଝା କରିବାପରେ ଶେଷରେ ସେମାନେ ରାଜି ହୋଇଥିଲେ l ଶନିବାର ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତଳ ନଗଡା଼ର 32ଜଣ ପୁରୁଷ,33 ଜଣ ମହିଳା ଓ 4 ଜଣ ଶିଶୁ ଏପରି ମୋଟ 69 ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା l ସବୁଗୁଡିକ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ବିଶ୍ୱଜିତ ସ୍ୱାଇଁ ପ୍ରକାଶ କରିଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡା ଜୟଦେବ ନନ୍ଦଙ୍କ ତତ୍ୱା ବଧାନରେ. ପିଏଚଇଓ ରଶ୍ମୀପ୍ରଭା ଖଟୁଆ, ଏଲଟି ବିକ୍ରମ ରାଉତ,ଡ଼ିଇଓ ସନ୍ତୋଷିନୀ ପାହି, ବିଡ଼ିଏମ ଅନୁସୂୟା ରାଉତ ପ୍ରମୁଝ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟ ପରିଚାଳନା କରିଥିଲେ l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ ) Swab test in much-hyped Nagda. The much-talked-about Nagda tribal people under the Chingudipala panchayat in Sukinda block have refused to vaccinate or take a swab test. They agreed that a total of 69 men, 33 women and...