ବହୁଚର୍ଚ୍ଚିତ ନଗଡାରେ ସ୍ୱାବ ପରୀକ୍ଷା l

ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବହୁ ଚର୍ଚିତ ନଗଡା଼ର ଆଦିବାସୀ ମାନେ କୋଭିଡ ଟୀକା ନେବାକୁ କିମ୍ବା ସ୍ୱାବ ପରୀକ୍ଷା କରିବାକୁ ରାଜି ନହେବା ଘଟଣା ସୁକିନ୍ଦା ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା l ସେମାନଙ୍କୁ ବହୁ ବୁଝାସୁଝା କରିବାପରେ ଶେଷରେ ସେମାନେ ରାଜି ହୋଇଥିଲେ l ଶନିବାର ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତଳ ନଗଡା଼ର 32ଜଣ ପୁରୁଷ,33 ଜଣ ମହିଳା ଓ 4 ଜଣ ଶିଶୁ ଏପରି ମୋଟ 69 ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା l ସବୁଗୁଡିକ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ବିଶ୍ୱଜିତ ସ୍ୱାଇଁ ପ୍ରକାଶ କରିଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡା ଜୟଦେବ ନନ୍ଦଙ୍କ ତତ୍ୱା ବଧାନରେ. ପିଏଚଇଓ ରଶ୍ମୀପ୍ରଭା ଖଟୁଆ, ଏଲଟି ବିକ୍ରମ ରାଉତ,ଡ଼ିଇଓ ସନ୍ତୋଷିନୀ ପାହି, ବିଡ଼ିଏମ ଅନୁସୂୟା ରାଉତ ପ୍ରମୁଝ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟ ପରିଚାଳନା କରିଥିଲେ l
  (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )
Swab test in much-hyped Nagda.
The much-talked-about Nagda tribal people under the Chingudipala panchayat in Sukinda block have refused to vaccinate or take a swab test. They agreed that a total of 69 men, 33 women and 4 children from Lower Nagada had been examined by the Sukinda Group Health Center on Saturday. PhEO Rashmi Prabha Khatua, LT Bikram Raut, DIO Santoshini Pahi, BDM Anusuya Raut Pramuh conducted the swab test.
 (Reporting by Jay Narayan Mohapatra)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !