କିଟ୍ କଲେଜ ଅଧ୍ୟାପକଙ୍କ ମୃତ୍ୟୁରେ ଦାନଗଦି ଅଞ୍ଚଳରେ ଶୋକର ଛାୟା l
ଯାଜପୁର (ଦାନଗଦୀ) : - ଦାନଗଦୀ ବ୍ଲକ ଖପୁରୀଆପଦା ଗ୍ରାମର ଶ୍ରୀ କ୍ଷେତ୍ରବାସୀ ମହାରଣା ଙ୍କ ବଡ଼ ପୁଅ ସତ୍ୟାନନ୍ଦ ମହାରଣା (୪୯) କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ରୁ ଡିପ୍ଲୋମା ଇଞ୍ଜିନିୟର ରେ ପାଠ ପଢ଼ି ସେହି ଅନୁଷ୍ଠାନ ରେ ଡିପ୍ଲୋମା ଇଞ୍ଜିନିୟର ବିଭାଗରେ ଅଧ୍ୟାପକ ଭାବେ ଶିକ୍ଷାଦାନ କରାଉ ଥିଲେ l ସ୍ଵର୍ଗତ ସତ୍ୟାନନ୍ଦ ଙ୍କ ଗୋଟେ ପୁଅ ୧୭ ବର୍ଷର ଓ ଗୋଟିଏ ଝିଅ ୧୪ ବର୍ଷର l ଘର ର ରୋଜଗାରିଆ ବଡ଼ ପୁଅ ଥିଲେ l କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ର ସେ ଜଣେ ଆଦର୍ଶ ଶିକ୍ଷକ ଓ କର୍ମନିଷ୍ଠା କର୍ମଚାରୀ ଭାବେ ଗତ ବର୍ଷ ଅନୁଷ୍ଠାନ ପକ୍ଷରୁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ l ଦୀର୍ଘ ୨୫ ବର୍ଷ ର କର୍ମ କ୍ଷେତ୍ରରେ ବହୁ ପ୍ରଶଂସା ସାଉଁଟି ଥିବା ସ୍ଵର୍ଗତ ସତ୍ୟାନନ୍ଦ କର୍ମକ୍ଷେତ୍ରରେ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡିଯାଇଥିଲେ l କର୍ମଚାରୀ ମାନଙ୍କ ସହଯୋଗ ରେ ଦଶ ଦିନ ତଳେ ସେ କିମ୍ସ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଆଜି ଅପରାହ୍ନ ରେ ତାଙ୍କର ମୃତ୍ୟୁ ଖବର ଗାଁ ଖପୁରିଆପଦା ରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି, ତାଙ୍କର ଅକାଳ ବିୟୋଗରେ ଦାନଗଦି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ବାପା ମା, ସ୍ତ୍ରୀ ଓ ଦୁଇ ନାବାଳକ ପିଲାଙ୍କ ଭବିଷ୍ୟତ କଣ ହେବ ପରିବାର ଓ ପିଲାଙ୍କ ପାଠ ପଢା କିପରି ଭାବରେ ହେବ ସେ ନେଇ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ କର୍ତ୍ତୃ...