Posts

Showing posts from November 3, 2022

ଯାଜପୁର ଜିଲ୍ଳା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଖଣି ଉପନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା l

Image
  ଯାଜପୁର (ବ୍ୟାସନଗର) :- ଜିଲ୍ଳା ର ସୁକିନ୍ଦା ମାଇନ୍ସରେ ଫାଷ୍ଟକମ ଫାଷ୍ଟ ଲୋଡିଂରେ ଅନିୟମିତତାକୁ ନେଇ ଦୀର୍ଘ ବର୍ଷ ଧରି ତୂ ତୂ ମେ ମେ ଚାଲିଥିବାବେଳେ ଏଯାବତ ଏହାର କୌଣସି ସମାଧାନ ହୋଇନପରିନାହିଁ I ଏହି ଅସନ୍ତୋଷକୁ ନେଇ ଆଜି ଯାଜପୁର ରୋଡ଼ ସ୍ଥିତ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ଟ୍ରକ ମାଲିକମାନେ ଗଣ ଧାରଣାକୁ ଓହ୍ଲାଇଛନ୍ତି I ଅଭିଯୋଗ ଅନୁଯାୟୀ ଏହି ଫାଷ୍ଟ କମ ଫାଷ୍ଟ ଲୋଡିଂକୁ ନେଇ ବାରମ୍ବାର ଅସନ୍ତୋଷ ଦେଖାଯାଉଥିଲା I ଏହାକୁନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ପ୍ରଥମେ ୨୦୦୫ ମସିହାରେ ୬ ଚକିଆ ଗାଡ଼ି ଗୁଡିକ ଶାନ୍ତି ଶୃଙ୍ଖଳା ଓ ସୁବନ୍ଦୋବସ୍ତ ଭାବେ ଚାଲିଆସୁଥୁବା ବେଳେ ପୁନଃଶ୍ଚ ଓ ୧୩ /୯ /୨୦୧୯ ମସିହାରେ ୧୦ ଚକିଆ, ୧୨ ଚକିଆ ଓ ୧୪ ଚକିଆ ଟ୍ରକ ଗୁଡିକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ସଠିକ ଭାବେ ଲୋଡିଂ କରିଆସୁଥିଲେ କିନ୍ତୁ ଦୀର୍ଘ ୨ ମାସ ହେବ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ଉଚ୍ଚ ନ୍ୟାଳୟଙ୍କ ନିର୍ଦେଶକୁ ଅବମାନନା କରି ନିଜ ନିଜର ଗାଡିକୁ ପ୍ରତ୍ୟେକ ଦିନ ଲୋଡି କରୁଛନ୍ତି l ଫଳରେ ଜିଲ୍ଲାର ବିଭିନ୍ନ ଟ୍ରକ ମାଲିକ ସଂଘର ଗାଡିଗୁଡିକ ଲୋଡ଼ିଂ ହେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆଣିଛି ଟ୍ରକ ମାଲିକ ସଙ୍ଘ l ଏନେଇ ୫ /୮/୨୦୨୨ ଓ ୧୨/୮/୨୦୨୨ ତାରିଖରେ ପଙ୍କପାଳ ସ୍ଥିତ ବଙ୍ଗଳରେ ଏବଂ ଓ