ଯାଜପୁର ଜିଲ୍ଳା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଖଣି ଉପନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା l

  ଯାଜପୁର (ବ୍ୟାସନଗର) :- ଜିଲ୍ଳା ର ସୁକିନ୍ଦା ମାଇନ୍ସରେ ଫାଷ୍ଟକମ ଫାଷ୍ଟ ଲୋଡିଂରେ ଅନିୟମିତତାକୁ ନେଇ ଦୀର୍ଘ ବର୍ଷ ଧରି ତୂ ତୂ ମେ ମେ ଚାଲିଥିବାବେଳେ ଏଯାବତ ଏହାର କୌଣସି ସମାଧାନ ହୋଇନପରିନାହିଁ I ଏହି ଅସନ୍ତୋଷକୁ ନେଇ ଆଜି ଯାଜପୁର ରୋଡ଼ ସ୍ଥିତ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ଟ୍ରକ ମାଲିକମାନେ ଗଣ ଧାରଣାକୁ ଓହ୍ଲାଇଛନ୍ତି I ଅଭିଯୋଗ ଅନୁଯାୟୀ ଏହି ଫାଷ୍ଟ କମ ଫାଷ୍ଟ ଲୋଡିଂକୁ ନେଇ ବାରମ୍ବାର ଅସନ୍ତୋଷ ଦେଖାଯାଉଥିଲା I ଏହାକୁନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ପ୍ରଥମେ ୨୦୦୫ ମସିହାରେ ୬ ଚକିଆ ଗାଡ଼ି ଗୁଡିକ ଶାନ୍ତି ଶୃଙ୍ଖଳା ଓ ସୁବନ୍ଦୋବସ୍ତ ଭାବେ ଚାଲିଆସୁଥୁବା ବେଳେ ପୁନଃଶ୍ଚ ଓ ୧୩ /୯ /୨୦୧୯ ମସିହାରେ ୧୦ ଚକିଆ, ୧୨ ଚକିଆ ଓ ୧୪ ଚକିଆ ଟ୍ରକ ଗୁଡିକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ସଠିକ ଭାବେ ଲୋଡିଂ କରିଆସୁଥିଲେ କିନ୍ତୁ ଦୀର୍ଘ ୨ ମାସ ହେବ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ଉଚ୍ଚ ନ୍ୟାଳୟଙ୍କ ନିର୍ଦେଶକୁ ଅବମାନନା କରି ନିଜ ନିଜର ଗାଡିକୁ ପ୍ରତ୍ୟେକ ଦିନ ଲୋଡି କରୁଛନ୍ତି l ଫଳରେ ଜିଲ୍ଲାର ବିଭିନ୍ନ ଟ୍ରକ ମାଲିକ ସଂଘର ଗାଡିଗୁଡିକ ଲୋଡ଼ିଂ ହେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆଣିଛି ଟ୍ରକ ମାଲିକ ସଙ୍ଘ l ଏନେଇ ୫ /୮/୨୦୨୨ ଓ ୧୨/୮/୨୦୨୨ ତାରିଖରେ ପଙ୍କପାଳ ସ୍ଥିତ ବଙ୍ଗଳରେ ଏବଂ ଓ.ଏମ.ସି କନଫୋରେନ୍ସ ହଲରେ ଖଣି ଉପ ନିର୍ଦେଶକଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା l ଏହି ବୈଠକ ପରଠାରୁ ଖଣି ଅଞ୍ଚଳର କିଛି ମୁଷ୍ଟିମେୟ ଲୋକ ନିଜ ଅଞ୍ଚଳର ଗାାଡ଼ି ଗୁଡ଼ିକୁ ପ୍ରଧାନ୍ୟ ଦେଇ ଜିଲ୍ଲାର ବାକି ଗାଡି ଗୁଡିକୁ ଅଣଦେଖା କରୁଛନ୍ତି ବୋଲି ଜିଲ୍ଳା ପ୍ରଶାସନ ଓ ଖଣି ଉପନିର୍ଦେଶକଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଆଣିଥିଲେ ମଧ୍ୟ ଏହାର କୌଣସି ସମାଧାନର ବାଟ କରାଯାଉ ନାହିଁ l ଏମିତିକି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବେଖାତିର କରାଯାଉଛି ଓ ବଡ ପଣ୍ଡାଙ୍କ ନିର୍ଦେଶ ଅନୁଯାୟୀ ଖଣି ନିିର୍ଦ୍ଦେଶକ ପରିଚାଳିତ ହେଉଛନ୍ତି ବୋଲି ବଡ଼ ଅଭିଯୋଗ ଆଣିଛି ଟ୍ରକ ମାଲିକ ସଙ୍ଘ l ଅନ୍ୟପଟେ ୩୧ ତାରିଖ ସୁଦ୍ଧା ସ୍ଥାୟୀ ସମାଧାନ ପାଇଁ ଚେତାବନୀ ଦେଇଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟକାରୀ ହୋଇନଥିଲା I ତେଣୁ ଆଜି ଟ୍ରକ ମାଲିକ ସଙ୍ଘର ନିଷ୍ପତି ଅନୁଯାୟୀ ଯାଜପୁର ଜିଲ୍ଲାର ବିଭିନ୍ନ ସଂଘର ଶତାଧିକ କର୍ମକର୍ତ୍ତାମାନେ ମିଳିତ ଭାବେ ଖଣି ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି l ଅନ୍ୟପଟେ ଖଣି ନିର୍ଦେଶକଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି l ଏନେଇ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ କରାନଗଲେ ଅଗାମୀଦିନରେ ରାଜରାସ୍ତାକୁ ସଙ୍ଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଟ୍ରକ ମାଲିକ ସଙ୍ଘ l ଏହି ଗଣଧାରଣରେ ଧର୍ମଶାଳା, କୁଆଖିଆ, ଯାଜପୁର ରୋଡ଼ ଓ ପଙ୍କପାଳ ଟ୍ରକ ମାଲିକ ସଂଘର ଶତାଧିକ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !