Posts

Showing posts from October 26, 2022

ଚୋରା ଚାଲାଣ ବେଳେ ବିଦେଶୀ ମଦ ଜବଦ, ଜଣେ ଗିରଫ I

Image
                      ଫାଇଲ ଫଟୋ   ଯାଜପୁର (ଦାନଗଦୀ) :-ଆଜି ସକାଳ ପ୍ରାୟ ଆଠ ଟା ସମୟରେ ଯାଜପୁର ଜିଲ୍ଲା ଟମକା ଥାନା ର କର୍ମଚାରୀମାନଙ୍କ ଦ୍ୱାରା ପେଟ୍ରୋଲିଂ କରୁଥିବା ବେଳେ ଓସ୍ତପାଳ ଛକ ନିକଟରେ ଜଣେ ଅଚିହ୍ନା ଯୁବକକୁ ଦେଖି ସନ୍ଦେହ ହେବାରୁ ତାକୁ ପଚରା ଉଚରା କରିଥିଲେ l ଯୁବକ ଙ୍କ ନାମ ଟୁନା ସେଠୀ(୩୨) ସେ ଓସ୍ତପାଳ ଗ୍ରାମର ବିନୋଦ ସେଠୀ ଙ୍କ ପୁଅ ବ୍ୟାଗ୍ ଯାଂଚ କରିବାରୁ ସେ ବ୍ୟାଗ୍ ରୁ ୧୬ଟି ୧୮୦ ଏମଏଲ ର ହୁଇସ୍କି ବିଦେଶୀ ମଦ ବୋତଲ ବାହାରିଥିଲା l ଏହାର କୌଣସି ପ୍ରମାଣ ପତ୍ର ନ ପାଇବାରୁ ଉକ୍ତ ଯୁବକ କୁ ଗିରଫ କରାଯାଇ ଥାନା କେସ୍ ନଂ ୧୨୭/ତା ୨୬-୧୦-୨୦୨୨ ଓଡ଼ିଶା ଅବକାରୀ ଆଇନ୍ ଆକ୍ଟ ୪୨A ରେ ମାମଲା ରୁଜୁ ହୋଇଥିବା ଟମକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l 

ମା'ଶ୍ୟାମାକାଳୀ ପୂଜା ପାଇଁ ଦୁଲୁକିଲା ବ୍ୟାସନଗର ସହର l

Image
ଯାଜପୁର (ବ୍ୟାସନଗର) :- ଜିଲ୍ଲା ର ବ୍ୟାସନଗର ସହରରେ ମା ଶ୍ୟାମାକାଳୀଙ୍କ ପୂଜା ନିମନ୍ତେ ଧୂମ ଧାମରେ ଚାଲିଛି ପ୍ରସ୍ତୁତି l ବ୍ୟାସନଗରରେ କାଳୀ ପୂଜା ଏକ ଗଣପର୍ବ ଭାବେ ପାଳନ କରାଯାଇଥାଏ l ଏହି ଗଣପର୍ବରେ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଥାଏ କିନ୍ତୁ ଦୀର୍ଘ ୨ ବର୍ଷଧରି କରୋନା କଟକଣା ଯୋଗୁ ଏହି ଗଣପର୍ବ ବନ୍ଦ ରହିଥିଲା l ଚଳିତ ବର୍ଷ ଏହି ପୂଜା ଉତ୍ସବ ୧୩ ଗୋଟି ମଣ୍ଡପରେ ମା' ଶ୍ୟାମାକାଳୀ ପୂଜା ପାଉଥିବାବେଳେ ବିଭିନ୍ନ ପୂଜାକମିଟି ମଧ୍ୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଲାଗିରହିଥାଏ l ଇତିମଧ୍ୟରେ ଧବଳଗିରି, ଚୋରଦା, ଚାନ୍ଦମା, ଚୋରଦା ଆରିୟନ କ୍ଲବ, ନିୟୁ ମାର୍କେଟ, ରାଧାନାଥ ମାର୍ଗ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଗୋପବନ୍ଧୁ ନଗର, ବ୍ୟାଙ୍କ ଷ୍ଟିଟ, ଷ୍ଟିଲ ସିଟି, କୋପଣ୍ଡ ଓ କହ୍ନେଇପୁର ପ୍ରମୁଖ ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇପଡିଛି l ବଡ଼ ବଡ଼ ଆକର୍ଷଣୀୟ ତ୍ୱରଣ ସାଙ୍ଗକୁ ନିଖୁଣ ମୂର୍ତ୍ତିର କଳାକୃତି ଓ ରାସ୍ତାଘାଟ ସହର ବଜାର ଗୁଡିକ ପରିଷ୍କାର ପରିଚ୍ଛନ୍ନତାର ଏକ ନୂଆ ଅନୁଭୂତି ଆଣିଦେଉଛି I ବିଶେଷ କରି ଏହି ଗଣପର୍ବରେ ଶାନ୍ତିକମିଟି ପକ୍ଷରୁ ଆୟୋଜିତ ମେଳଣ କାର୍ଯ୍ୟକ୍ରମ ଅତି ନିଆରା ହୋଇଥାଏ I ଏହି ମେଲଣ ଉତ୍ସବରେ ସମଗ୍ର ସହରର ମେଢ଼କୁ ଚୋରଦା କାଳୀ ମେଳଣ ପଡିଆରେ ଏକତ୍ରିତ କରାଯାଇ ପୁରସ୍କୃତ କରାଯାଇଥାଏ