ଚୋରା ଚାଲାଣ ବେଳେ ବିଦେଶୀ ମଦ ଜବଦ, ଜଣେ ଗିରଫ I

                     ଫାଇଲ ଫଟୋ 
ଯାଜପୁର (ଦାନଗଦୀ) :-ଆଜି ସକାଳ ପ୍ରାୟ ଆଠ ଟା ସମୟରେ ଯାଜପୁର ଜିଲ୍ଲା ଟମକା ଥାନା ର କର୍ମଚାରୀମାନଙ୍କ ଦ୍ୱାରା ପେଟ୍ରୋଲିଂ କରୁଥିବା ବେଳେ ଓସ୍ତପାଳ ଛକ ନିକଟରେ ଜଣେ ଅଚିହ୍ନା ଯୁବକକୁ ଦେଖି ସନ୍ଦେହ ହେବାରୁ ତାକୁ ପଚରା ଉଚରା କରିଥିଲେ l ଯୁବକ ଙ୍କ ନାମ ଟୁନା ସେଠୀ(୩୨) ସେ ଓସ୍ତପାଳ ଗ୍ରାମର ବିନୋଦ ସେଠୀ ଙ୍କ ପୁଅ ବ୍ୟାଗ୍ ଯାଂଚ କରିବାରୁ ସେ ବ୍ୟାଗ୍ ରୁ ୧୬ଟି ୧୮୦ ଏମଏଲ ର ହୁଇସ୍କି ବିଦେଶୀ ମଦ ବୋତଲ ବାହାରିଥିଲା l ଏହାର କୌଣସି ପ୍ରମାଣ ପତ୍ର ନ ପାଇବାରୁ ଉକ୍ତ ଯୁବକ କୁ ଗିରଫ କରାଯାଇ ଥାନା କେସ୍ ନଂ ୧୨୭/ତା ୨୬-୧୦-୨୦୨୨ ଓଡ଼ିଶା ଅବକାରୀ ଆଇନ୍ ଆକ୍ଟ ୪୨A ରେ ମାମଲା ରୁଜୁ ହୋଇଥିବା ଟମକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !