ମା'ଶ୍ୟାମାକାଳୀ ପୂଜା ପାଇଁ ଦୁଲୁକିଲା ବ୍ୟାସନଗର ସହର l

ଯାଜପୁର (ବ୍ୟାସନଗର) :- ଜିଲ୍ଲା ର ବ୍ୟାସନଗର ସହରରେ ମା ଶ୍ୟାମାକାଳୀଙ୍କ ପୂଜା ନିମନ୍ତେ ଧୂମ ଧାମରେ ଚାଲିଛି ପ୍ରସ୍ତୁତି l ବ୍ୟାସନଗରରେ କାଳୀ ପୂଜା ଏକ ଗଣପର୍ବ ଭାବେ ପାଳନ କରାଯାଇଥାଏ l ଏହି ଗଣପର୍ବରେ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଥାଏ କିନ୍ତୁ ଦୀର୍ଘ ୨ ବର୍ଷଧରି କରୋନା କଟକଣା ଯୋଗୁ ଏହି ଗଣପର୍ବ ବନ୍ଦ ରହିଥିଲା l ଚଳିତ ବର୍ଷ ଏହି ପୂଜା ଉତ୍ସବ ୧୩ ଗୋଟି ମଣ୍ଡପରେ ମା' ଶ୍ୟାମାକାଳୀ ପୂଜା ପାଉଥିବାବେଳେ ବିଭିନ୍ନ ପୂଜାକମିଟି ମଧ୍ୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଲାଗିରହିଥାଏ l ଇତିମଧ୍ୟରେ ଧବଳଗିରି, ଚୋରଦା, ଚାନ୍ଦମା, ଚୋରଦା ଆରିୟନ କ୍ଲବ, ନିୟୁ ମାର୍କେଟ, ରାଧାନାଥ ମାର୍ଗ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଗୋପବନ୍ଧୁ ନଗର, ବ୍ୟାଙ୍କ ଷ୍ଟିଟ, ଷ୍ଟିଲ ସିଟି, କୋପଣ୍ଡ ଓ କହ୍ନେଇପୁର ପ୍ରମୁଖ ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇପଡିଛି l ବଡ଼ ବଡ଼ ଆକର୍ଷଣୀୟ ତ୍ୱରଣ ସାଙ୍ଗକୁ ନିଖୁଣ ମୂର୍ତ୍ତିର କଳାକୃତି ଓ ରାସ୍ତାଘାଟ ସହର ବଜାର ଗୁଡିକ ପରିଷ୍କାର ପରିଚ୍ଛନ୍ନତାର ଏକ ନୂଆ ଅନୁଭୂତି ଆଣିଦେଉଛି I ବିଶେଷ କରି ଏହି ଗଣପର୍ବରେ ଶାନ୍ତିକମିଟି ପକ୍ଷରୁ ଆୟୋଜିତ ମେଳଣ କାର୍ଯ୍ୟକ୍ରମ ଅତି ନିଆରା ହୋଇଥାଏ I ଏହି ମେଲଣ ଉତ୍ସବରେ ସମଗ୍ର ସହରର ମେଢ଼କୁ ଚୋରଦା କାଳୀ ମେଳଣ ପଡିଆରେ ଏକତ୍ରିତ କରାଯାଇ ପୁରସ୍କୃତ କରାଯାଇଥାଏ l  ମା 'ଶ୍ୟାମାକାଳୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବ୍ୟାସନଗର ସହର ଏବଂ  ଭକ୍ତମାନଙ୍କ ମଧ୍ୟରେ ଭାବ ବିହୁଳର ବାତାବରଣ ସୃଷ୍ଟି ହୋଇଛି l ଅନ୍ୟପଟେ ବିଭିନ୍ନ ପୂଜା କମିଟି ପକ୍ଷରୁ ମା' ଙ୍କ ପୂଜା ସାଙ୍ଗକୁ ମିନାବଜାର, ଅପେରା ଓ ମେଲୋଡି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଉତ୍ସବ ପାଇଁ ପ୍ରଶାସନ ଓ ପୂଜାକମିଟି ମାନଙ୍କର ପୂର୍ଣ୍ଣ ସହଯୋଗ ଓ ବିଭିନ୍ନ ପୂଜା କମିଟି ପକ୍ଷରୁ ଭକ୍ତମାନଙ୍କ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଏହି ପୂଜା ଉତ୍ସବ ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ମାସ ୬ ତାରିଖରେ ଶେଷ ହେବ ବୋଲି ଜଣାପଡିଛି I ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ ସମସ୍ତ ପୁଜା କମିଟି କୁ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି l ଗୋରୁଗାଈ ଙ୍କୁ ରାସ୍ତା ଉପରକୁ ଛାଡ଼ିବାକୁ ବାରଣ କରାଯାଇଅଛି l ସେହିପରି ଦିନ ଗୋଟାଏ ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ବଡ଼ ଗାଡି ଗୁଡ଼ିକୁ ସହର ମଧ୍ୟରେ ପ୍ରବେଶ ନିଷେଧ କରାଯାଇଛି l ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !