ସହ ସହ ପଶୁ ପକ୍ଷୀ ବଳି ରେ ଭିଜିଲା ସୁଲିଆ ପୀଠ I

ବଲାଙ୍ଗିର:- ଜିଲ୍ଲା ର କୂଳତା ପଡା ପଞ୍ଚାୟତର ଖଇର ଗୁଡ଼ାର ବଡ଼ଖଳା ଓ ସାନଖଳା ଠାରେ ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ମାଟି। https://youtu.be/yqsREmWosEI ପାରମ୍ପରିକ ରୀତିନୀତି ଅନୁସାରେ ପୁଣି ପଡିଲା ହଜାର ହଜାର ପଶୁ ବଳି। ସୂଚନା ଅନୁଯାୟୀ ଦେଓଗାଁ ବ୍ଲକର ଖଇରଗୁଡ଼ା ଗ୍ରାମର ବଡ଼ଖଳା ଓ ସାନଖଳାରେ କାହିଁ କେଉଁ କାଳରୁ ଚାଲି ଆସୁଛି ଏହି ଯାତ୍ରା। ପ୍ରତିବର୍ଷ ପୌଷମାସ ଶୁକ୍ଳ ପକ୍ଷର ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଏ। ପରେ ଭକ୍ତମାନେ ମାନସିକ କରି ଆଣିଥିବା ଛେଳି, ମେଣ୍ଢା, କୁକୁଡ଼ା, ପାରା ସହ ପୋଢ଼ ବଳି ଦିଆଯାଇଥାଏ। ଦିନ ତମାମ ଏହି ବଳିଯାତ୍ରା ଚାଲିଥାଏ। ଏହି ଯାତ୍ରାକୁ ବଲାଙ୍ଗିର ଜିଲ୍ଲା ସହ କଳାହାଣ୍ଡିର, ନୂଆପଡା,ବରଗଡ଼, ସୋନପୁର, ବୌଦ୍ଧ ସହ ଝାରଖଣ୍ଡ ରାଜ୍ୟରୁ ମାନସିକ ଧାରୀ ମାନେ କରିଥିବା ଏହି ସୁଲିଆ ପୀଠ କୁ ଭକ୍ତ ଆସିଥାନ୍ତି।କୋଭିଡ କଟକଣାକୁ ଆଖିଆଗରରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ ଜଣ ପୋଲିସ ଅଧିକାରୀ ମୁତୟନ କରାଯାଇ ଥିବା କହିଛନ୍ତି ବଲାଙ୍ଗୀର sdpo ତୁଫାଂନ ବାଗ I (ବଲାଙ୍ଗିରରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ)