Posts

Showing posts from April 28, 2023

ଆନନ୍ଦ ଏକ୍ସପୋର୍ଟ ଜନଶୁଣାଣି ସ୍ଥାନୀୟ ଅଞ୍ଚଳର ବେକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହ ପୂର୍ଣ୍ଣ ସମର୍ଥନ l

Image
କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ଆନନ୍ଦ ଏକ୍ସପୋର୍ଟ ର ନୂତନ କ୍ରୋମ ଓର ବେନିଫିକେସନ ପ୍ରକଳ୍ପ ସୁକିନ୍ଦା ବ୍ଲକ ଗୋଲାଗାଁ ଠାରେ ପ୍ରତିଷ୍ଠା ହେବ l ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜେଡିସିଏଲ୍ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ଜନଶୁଣାଣି l ଏହି ଜନଶୁଣାଣି ରେ ସୁକିନ୍ଦା ବ୍ଲକ୍ ର ଗୋଲାଗାଁ, ଚାନ୍ଦିଆ, ନିମପଲ୍ଲି, ପଙ୍କପାଳ, ମାଣତିରା , ରାବଣା ଆଦି ଗାଁ ର ଜନସାଧାରଣ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ l ସାଧାରଣ ଲୋକଙ୍କ ଅଭିଯୋଗ କାରଖାନା କୁ ଆମେ ବିରୋଧ କରୁନାହୁଁ କିନ୍ତୁ ବିଶେଷ କରି ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାନୀୟ ନିଯୁକ୍ତି ଉପରେ ବିଶେଷ ଗୁରୁତ୍ଵ ଦେବାକୁ ଦାବି କରିଛନ୍ତି l ଆନନ୍ଦ ଏକ୍ସପୋର୍ଟ କଳିଙ୍ଗନଗର ଗୋଲାଗାଁ ଠାରେ ବାର୍ଷିକ ୧,୨୦୦୦୦ ଟନ ରୁ ୨,୦୦୦୦୦ ଟନ କ୍ଷମତା ବିଶିଷ୍ଟ ଏକ କାରଖାନା ପ୍ରତିଷ୍ଠା କରିବ, ଯେଉଁଥିରେ ବିକ୍ରେଟ, ଉଚ୍ଚ ମାନ ଯୁକ୍ତ କାର୍ବନ, ମଧ୍ୟମ ମାନ ଯୁକ୍ତ କାର୍ବନ ଓ ଫେରୋକ୍ରୋମ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିଛି l ପ୍ରଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍ ଟପୋ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଶାନ୍ତିଶୃଙ୍ଖ