ଆନନ୍ଦ ଏକ୍ସପୋର୍ଟ ଜନଶୁଣାଣି ସ୍ଥାନୀୟ ଅଞ୍ଚଳର ବେକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହ ପୂର୍ଣ୍ଣ ସମର୍ଥନ l

କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ଆନନ୍ଦ ଏକ୍ସପୋର୍ଟ ର ନୂତନ କ୍ରୋମ ଓର ବେନିଫିକେସନ ପ୍ରକଳ୍ପ ସୁକିନ୍ଦା ବ୍ଲକ ଗୋଲାଗାଁ ଠାରେ ପ୍ରତିଷ୍ଠା ହେବ l ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜେଡିସିଏଲ୍ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ଜନଶୁଣାଣି l ଏହି ଜନଶୁଣାଣି ରେ ସୁକିନ୍ଦା ବ୍ଲକ୍ ର ଗୋଲାଗାଁ, ଚାନ୍ଦିଆ, ନିମପଲ୍ଲି, ପଙ୍କପାଳ, ମାଣତିରା , ରାବଣା ଆଦି ଗାଁ ର ଜନସାଧାରଣ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ l ସାଧାରଣ ଲୋକଙ୍କ ଅଭିଯୋଗ କାରଖାନା କୁ ଆମେ ବିରୋଧ କରୁନାହୁଁ କିନ୍ତୁ ବିଶେଷ କରି ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାନୀୟ ନିଯୁକ୍ତି ଉପରେ ବିଶେଷ ଗୁରୁତ୍ଵ ଦେବାକୁ ଦାବି କରିଛନ୍ତି l ଆନନ୍ଦ ଏକ୍ସପୋର୍ଟ କଳିଙ୍ଗନଗର ଗୋଲାଗାଁ ଠାରେ ବାର୍ଷିକ ୧,୨୦୦୦୦ ଟନ ରୁ ୨,୦୦୦୦୦ ଟନ କ୍ଷମତା ବିଶିଷ୍ଟ ଏକ କାରଖାନା ପ୍ରତିଷ୍ଠା କରିବ, ଯେଉଁଥିରେ ବିକ୍ରେଟ, ଉଚ୍ଚ ମାନ ଯୁକ୍ତ କାର୍ବନ, ମଧ୍ୟମ ମାନ ଯୁକ୍ତ କାର୍ବନ ଓ ଫେରୋକ୍ରୋମ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିଛି l ପ୍ରଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍ ଟପୋ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହିତ ଜନଶୁଣାଣି ଶେଷ ହୋଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !