ଥାର୍ଡ଼ ରିଜର୍ଭ ବାଟାଲିଅନରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ l

ଯାଜପୁର (ସୁକିନ୍ଦା):- ସୁକିନ୍ଦା ନିକଟସ୍ଥ ରଙ୍ଗିଟାଙ୍ଗର ଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ, କଳିଙ୍ଗନଗର ପକ୍ଷରୁ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ମନୋଜ୍ଞ ପ୍ୟାରେଡ ବାଟାଲିଅନ ପରିସରରେ ଅନୁଷ୍ଠିତ ହୋଇଥିଲା l ବାଟାଲିଅନ କମାଣ୍ଡାଣ୍ଟ କେ.ସି.ହାଁସଦା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ପ୍ୟାରେଡ ପରିଚାଳନା କରିଥିବାବେଳେ ସୁବେଦାର ଶରତ ଚନ୍ଦ୍ର ମହାନ୍ତି ସହାୟତା କରିଥିଲେ l ଡେପୁଟି ସୁବେଦାର ଶ୍ରୀଧର ସାହୁ ଏକନମ୍ବର ପ୍ଲାଟୁନର ହାବିଲଦାର ମେଜର ନାସିରୂଦ୍ଦିନ ଖାଁ ଦୁଇନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିଦ୍ୟାଧର ଧଳ କଲର ପାର୍ଟିର ପ୍ଲାଟୁନ ଜମାଣ୍ଡାଣ୍ଟ ଭାବେ ଓ ଶ୍ରୀକାନ୍ତ ସାମଲ ବ୍ୟାଣ୍ଡ ମେଜର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ଅବସରରେ ପ୍ଳାଜମା ଦାନକରିଥିବା କୋଡିଏ ଜଣ ପୋଲିସ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l ଉତ୍ସର୍ଗୀକୃତ ସେବା ଓ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଡେପୁଟି ସୁବେଦାର ଶ୍ରୀଧର ସାହୁ, ହାବିଲଦାର ମେଜର ନାସିରୂଦ୍ଦିନ ଖାଁ, ହାବିଲଦାର ସୁମନ ଦଳେଇ, କନେଷ୍ଟବଳ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ କିରାଣୀ ଯୋଗେଶ୍ୱର ବେହେରା, ଝାଡୁଦାର ଅଶୋକ କେରକେଟା ପ୍ରମୁଖ ଛଜଣ କର୍ମଚାରୀଙ୍କୁ ନଗଦ ଅର୍ଥ ପ...