Posts

Showing posts from May 7, 2020

ଗର୍ଭବତୀ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ପ୍ରୟାସ ଜାରି l

Image
ଗର୍ଭବତୀ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ପ୍ରୟାସ ଜାରି l ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଟାଟା ଷ୍ଟିଲ (ଟିଏସ୍ଏଫ) ପକ୍ଷରୁ ଏକ ନୂତନ ପ୍ରୟାସ ଜାରି ରଖିଛନ୍ତି l ଏହା ମାଧ୍ୟମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ତରଫରୁ ସୁକିନ୍ଦା ଓ ଦାନଗଦି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମଗୁଡିକରେ ଥିବା ଗର୍ଭବତୀ ମହିଳାଙ୍କୁ ଏହି ଲକ୍ ଡାଉନ୍ ସମୟରେ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏହି ଅବସରରେ ସରକାରୀ ସ୍ଵୀକୃତିପ୍ରାପ୍ତ ଆଶାକର୍ମୀ ମାନକୁ ନେଇ ଏକ ଚିଠା ପ୍ରସ୍ତୁତ କରାଯାଇଛି l ଏହାଦ୍ବାରା ସମ୍ପୃକ୍ତ ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ ପ୍ରସବ ପୂର୍ବରୁ ଓ ପରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ କାର୍ଯ୍ୟକ୍ରମ ଚାଲୁ ରହିଛି l ଏପଯ୍ୟନ୍ତ ଉକ୍ତ ଅଞ୍ଚଳର ପ୍ରାୟ ୨୪ ଜଣ ଗର୍ଭବତୀ ମହିଳା ଙ୍କ ପ୍ରସବ ସୁରକ୍ଷିତ ରେ କରାଯାଇଥିବା ବେଳେ ୮୮ ଜଣ ଗର୍ଭବତୀ ମହିଳାଙ୍କୁ ବିବିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି l ଫୋନ୍ ଓ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସ୍ଵତନ୍ତ୍ର, ନିଆରା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏହି ଲକ୍ ଡାଉନ୍ ସମୟରେ ସମାଜରେ ଜନ୍ମିତ ଶିଶୁ ଓ ମାଆ ଙ୍କ ସେବା ପ୍ରଦାନ କରୁଛି l ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ କଳିଙ୍ଗନଗର ସିଏସ୍ଆର ର ମୁ