ଦାନଗଦି ଭବନ ଠାରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି l
ଯାଜପୁର (ଦାନଗଦି) ୨୩/୨: - ସ୍ଥାନୀୟ ‘ଦାନଗଦି ଭବନ’ଠାରେ ଆଜି ତା.୨୩/୦୨/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଣ, ବୈଷୟିକ ଓ ତାଲିମ ବିଭାଗ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ରାଶି ବଂଟନ କରି କହିଥିଲେ ଯେ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ବହୁବିଧ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ କୋଠାବାଡି ଓ ଅନ୍ୟ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ବହୁ ଅଭାବୀ ଶ୍ରମିକ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ବର୍ଗର ବ୍ୟକ୍ତିବିଶେଷ ବେଶ ଉପକୃତ ହେଉଛନ୍ତି । ତେଣୁ ଏହି ଯୋଜନା ସଂର୍ପକରେ ସମସ୍ତେ ଭଲ ଭାବେ ସଚେତନ ହେବା ଉଚିତ୍ । ନିର୍ମାଣ ଶ୍ରମିକଙ୍କ ଏହି ସହାୟତା ଶିବିର ଜରିଆରେ ୬.୫୪ କୋଟି ପାଖାପାଖି ଟଙ୍କା ହିତାଧିକାରୀମାନଙ୍କୁ ବଂଟାଯିବା ସମସ୍ତଙ୍କୁ ଖୁସି କରିଛି ବୋଲି ଇଂ. ଘଡ଼ାଇ କହିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ...