ଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ।
ଯାଜପୁର, ତା ୨୦.୦୯ : - କୁସୁମା ପଡିଆ ଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ କାର୍ଯ୍ୟକ୍ରମ ଏବଂ ବିକାଶ ମେଳାର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ଓଡିଶାର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯାଜପୁର ଅଞ୍ଚଳରେ ଖଣିଜ ସଂପଦ, ପ୍ରାକୃତିକ ସଂପଦ ଓ ପର୍ଯ୍ୟଟନ ସ୍ଥଳୀ ଭରପୁର ରହିଛି। ଏହାର ବିନିଯୋଗ ହେଲେ ସମଗ୍ର ବିଶ୍ବରେ ଯାଜପୁର ଏକ ଐତିହ୍ୟ, ସଂସ୍କୃତି କେନ୍ଦ୍ର ହେବ। ବର୍ତ୍ତମାନ ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରୁଛି। ଏ ସରକାର ହେଉଛି ଲୋକଙ୍କ ସରକାର ଏହା ଜନ ଭାଗିଦାରୀ ରେ ଚାଲୁଛି। ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ହେବ। ପ୍ରତ୍ୟେକ ଯୋଗ୍ୟ ମା' ଙ୍କୁ ଆମେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରିବୁ। ତାହା ଆଜି ସାକାର ହୋଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି କର୍ପସ ପାଣ୍ଠି ଗଠନ କରାଯାଇଛି। ଧାନର ଆଉ ଅଭାବି ବିକ୍ରି ହେବ ନାହିଁ, ଏମ. ଏସ. ପି. ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡା.ରବି ନାରାୟଣ ବେହେରା କହିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ...