ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ।

ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ। ଭାରତ ପରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ୟୁଟ୍ୟୁବ ଚ୍ୟାନେଲର ସବୁଠୁ ଅଧିକ ଦର୍ଶକ ଅଛନ୍ତି ପାକିସ୍ତାନରେ। ମୌସୁମୀ ଅଧିବେଶନରେ ସୂଚନା ଦେଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସଂସଦରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ୨୦୨୧ରେ ୟୁଟ୍ୟୁବରେ ପ୍ରସାର ଭାରତୀ ଚ୍ୟାନେଲକୁ ପାକିସ୍ତାନରେ ୬୯ ଲକ୍ଷ ୬୮ ହଜାର ୪୦୮ ଦର୍ଶକ ଦେଖିଛନ୍ତି। ଯାହାକି ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଦର୍ଶକଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ୟୁଏସ୍ରେ ପ୍ରସାର ଭାରତୀର ୟୁଟ୍ୟୁବ୍ ଚ୍ୟାନେଲକୁ ୫୬ ଲକ୍ଷ ୪୭ ହଜାର ୫୬୫, ବାଙ୍ଗଲାଦେଶରେ ୫୧ ଲକ୍ଷ ୮୨ ହଜାର ୧୦ ଜଣ ଦର୍ଶକ ଦେଖିଥିବା ବେଳେ ନେପାଳରେ ୩୧ ଲକ୍ଷ ୬୮ ହଜାର ୮୧୦ ଜଣ ଏବଂ ୟୁଏଇରେ ୨୭ ଲକ୍ଷ ୨୧ ହଜାର ୯୮୮ ଜଣ ଦର୍ଶକ ଦେଖିଛନ୍ତି। ଅନୁରାଗ ଠାକୁର ପୁଣି କହିଛନ୍ତି ଯେ, ୨୦୨୦ରେ ପାକିସ୍ତାନରେ ପ୍ରସାର ଭାରତୀ ୟୁଟ୍ୟୁବ୍ ଚ୍ୟାନେଲକୁ ୧ କୋଟି ୩୩ ଲକ୍ଷ ୫୦୪ ଭ୍ୟୁଜ୍ ମିଳିଥିଲା। ସେହିପରି ୟୁଏସ୍ରେ ୧ କୋଟି ୨୮ ଲକ୍ଷ ୬୩ ହଜାର ୬୭୪, ୟୁଏଇରେ ୮୨ ଲକ୍ଷ ୭୨ ହଜାର ୫୦୬, ବାଙ୍ଗଲାଦେଶରେ ୮୧ ଲକ୍ଷ ୩୬ ହଜାର ୬୮୪, ଓ ସାଉଦୀ ଆରବରେ ୬୫ ଲକ୍ଷ ୨୯ ହଜାର ୬୮୧ ଭ୍ୟୁଜ୍ ମିଳିଥିଲା। ସୂଚନ...