Posts

Showing posts from September 5, 2024

ଏସ. ପି ନନ୍ଦ ପାଠାଗାରର ୨୫ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ l

Image
ଯାଜପୁର (ବ୍ୟାସନଗର) :- ଏସ. ପି ନନ୍ଦ ପାଠାଗାରର ୨୫ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଡ଼ଃ. ପଣ୍ଡା କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଓ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସାହିତ୍ୟର ଆବଶ୍ୟକତା ସଦା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ସହ ସମାଜରେ ସୃଜନଶୀଳତା ରକ୍ଷା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖିଥିବାରୁ ସେମାନେ ଧନ୍ୟବାଦର ପାତ୍ର । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷାର ବ୍ୟବସ୍ଥା, ଅବକ୍ଷୟମୁଖି ସମାଜ, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ସଂର୍ପକରେ ବିକ୍ଷିପ୍ତ ଆଲୋଚନା କରିଥିଲେ । ସମସ୍ତେ ନିଜ ପରିବାରକୁ ଓ ଦେଶକୁ ଭଲ ପାଇଲେ ସଂସାର ବଦଳିଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଆନନ୍ଦପୁରର ଯୁବ ସମାଜସେବୀ ତୁଷାରବିନ୍ଦୁ ନାୟକ ଯୋଗ ଦେଇ କହିଥିଲେ ଯେ, ଗୁରୁମାନଙ୍କୁ ସମ୍ମାନ ଦେଇ ଦୀର୍ଘ ୨୫ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସୁ