ଏସ. ପି ନନ୍ଦ ପାଠାଗାରର ୨୫ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ l

ଯାଜପୁର (ବ୍ୟାସନଗର) :- ଏସ. ପି ନନ୍ଦ ପାଠାଗାରର ୨୫ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଡ଼ଃ. ପଣ୍ଡା କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଓ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସାହିତ୍ୟର ଆବଶ୍ୟକତା ସଦା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ସହ ସମାଜରେ ସୃଜନଶୀଳତା ରକ୍ଷା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖିଥିବାରୁ ସେମାନେ ଧନ୍ୟବାଦର ପାତ୍ର । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷାର ବ୍ୟବସ୍ଥା, ଅବକ୍ଷୟମୁଖି ସମାଜ, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ସଂର୍ପକରେ ବିକ୍ଷିପ୍ତ ଆଲୋଚନା କରିଥିଲେ । ସମସ୍ତେ ନିଜ ପରିବାରକୁ ଓ ଦେଶକୁ ଭଲ ପାଇଲେ ସଂସାର ବଦଳିଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଆନନ୍ଦପୁରର ଯୁବ ସମାଜସେବୀ ତୁଷାରବିନ୍ଦୁ ନାୟକ ଯୋଗ ଦେଇ କହିଥିଲେ ଯେ, ଗୁରୁମାନଙ୍କୁ ସମ୍ମାନ ଦେଇ ଦୀର୍ଘ ୨୫ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ଭାବେ କରିଆସୁଥିବାରୁ ‘ଉଦୟବଟ’ ପରିବାର ଧନ୍ୟବାଦର ପାତ୍ର । ଅନ୍ୟତମ ଅତିଥି ଭାବେ ମଡେଲ କଲେଜର ବରିଷ୍ଠ ଶିକ୍ଷକ ଜୀବନ କୁମାର ନାୟକ ଯୋଗ ଦେଇ କହିଥିଲେ ଯେ, ଆଜିକାଲିର ବହୁ ଶିଷ୍ୟମାନେ ବଡ ହୋଇ ପ୍ରତିଷ୍ଠିତ ପଦପଦବୀରେ ରହି କିପରି ଗୁରୁମାନଙ୍କୁ ଭୂଲି ଯାଆନ୍ତି ଓ ଏପରିକି ଅସମ୍ମାନ କରିବାକୁ ପଛାନ୍ତି ନାହିଁ ବିଭିନ୍ନ ଉଦାହରଣ ଦେଇ କ୍ଷୋଭର ସହ କହିଥିଲେ । ଅନ୍ୟତମ ବକ୍ତା ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଶିକ୍ଷା ଓ ସୂଚନାର ପ୍ରସାର ଦିଗରେ ଓଡ଼ିଶାର ଖ୍ୟାତନାମା ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କ ନାମରେ ନାମିତ ‘ଏସ. ପି ନନ୍ଦ ପାଠାଗାର’ ଦୀର୍ଘ ୨୫ ବର୍ଷ ଧରି ତା’ର ପ୍ରୟାସ ଜାରୀ ରଖିବା ପ୍ରଂଶସନୀୟ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ‘ଓଏଫଡିସି’ର ଅବସରପ୍ରାପ୍ତ କର୍ମଚାରୀ ବିପ୍ଳବ ଦତ, ଶ୍ରମିକ ନେତା ଅରୁଣ କୁମାର, ଯୁବ ସମାଜସେବୀ ଅକ୍ଷୟ କୁମାର ଜେନା, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ବରିଷ୍ଠ ପରିବେଶବିତ୍ ଲାଲବାହାଦୂର ମହାନ୍ତ ପ୍ରମୁଖ ବକ୍ତବ୍ୟ ରଖି ‘ଗୁରୁ ଦିବସ’ର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ଏଠାରେ ଗୁରୁ ଦିବସ ଦିବସ ପାଳନ କରାଯିବା ସହ ଶିକ୍ଷାବିତ୍ ଆଡ଼ଭୋକେଟ ଦୀପକ ରଂଜନ ସେନଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ପ୍ରଦୀପ କୁମାର ଦାସ, ହରଦୟାଲ ସିଂହ, ସନାତନ ପାତ୍ର, ଚନ୍ଦ୍ରମଣି ବାରିକ, ସାମ୍ବାଦିକ ଅଭିରାମ ପରିଡ଼ା, ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର ପ୍ରସାଦ, ବରିଷ୍ଠ ଶିକ୍ଷକ ଦିଲ୍ଲୀପ କୁମାର ବେହେରା, ଚକ୍ରଧର ମଲ୍ଲିକ, ପ୍ରିତିପାଲ ସିଂହ, ବିଚିତ୍ରାନନ୍ଦ ମହାନ୍ତି, ନରହରି ବେହେରା, ସୁମନ୍ତ ରାଉତ, ଗୋଲାପ ମଲ୍ଲିକ, ସୁମିତ୍ରା ମିଶ୍ର, ସୁମନ ରାୟ, ଶରତ ବିଶ୍ୱାଳ, ଉମା ସାହୁ, ଭାରତୀ ବିଶ୍ୱାଳ, ସସ୍ମିତା ମଲ୍ଲିକ, ସଂଯୁକ୍ତା ସ୍ୱାଇଁ, ମଂଜୁଲତା ନାୟକ, ରତିକାନ୍ତ ମହାନ୍ତି, ଚଗୁଲ ନାୟକ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ଶ୍ୟାମସୁନ୍ଦର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।





Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !