ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।
ରାୟଗଡା ତା ୦୨/୦୫ (ବ୍ୟୁରୋ ରିପୋର୍ଟ ) :- ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ନୂଆସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଦୁଇ ଦମ୍ପତି ଙ୍କ ଆତ୍ମହତ୍ୟା ଖବର ପାଇ ଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଭଳି ହୃଦୟ ବିଦାରକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଦୁଇ ଦମ୍ପତି ହେଲେ ଶ୍ରୀୟା ବଡ଼ନାୟକ ( ୧୪ ) ଓ କେଦାର କୁସୁଲିଆ (୨୨) ଉଭୟ ୨ ବର୍ଷ ହେବ ପ୍ରେମ ବିବାହ କରିଥିଲେ। କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ଅସ୍ପଷ୍ଟ ହୋଇଥିବା ବେଳେ ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁ ନୂଆସାହିର ବୋଲି ଜଣାପଡ଼ିଛି। ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣା ର ଅଧିକା ତଦନ୍ତ ଆରମ୍ଭ କରିଛି ପୋଲିସ ଏହା ର ପୋଷ୍ଟମର୍ଟମ ରିପୋର୍ଟ ରେ କୁ ନେଇ କେଉଁ କାରଣରୁ ଘଟଣା ଘଟିଛି ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.