ବିବାହର ର ପ୍ରଲୋଭନ ଦେଖାଇ ବୃଦ୍ଧା ଙ୍କୁ ଦୁଷ୍କର୍ମ ଅଭିଯୋଗ ।
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଆଗଲପୁର ବ୍ଲକ ଆଗଲପୁର ଗ୍ରାମ ପଞ୍ଚାୟତ ଇଂଶା ଗ୍ରାମ ରେ ଜୈନିକ ୬୦ ବର୍ଷୀୟା ବୃଦ୍ଧା କୁ ସେହି ଗ୍ରାମର ୪୬ ବର୍ଷିୟ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଆଗଲ ପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଆଗଲପୁର ଗ୍ରାମ ପଞ୍ଚାୟତ ଇଂସା ଗ୍ରାମ ର ଆନନ୍ଦ ସରାଫ (୪୬) ଓ ଉକ୍ତ ଗ୍ରାମ ର ଗୀତା ସିକା ଦୀର୍ଘ ୨ବର୍ଷ ରୁ ଉର୍ଦ୍ଧ ହେବ ପ୍ରେମ ସମର୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ବୃଦ୍ଧା ର ସ୍ବାମୀ ବରୁଣ ସିକା ଓ ୩ ପୁଅ ବୋହୁ ତଥା ପରିବାର ବେଙ୍ଗଲୋର୍ କୁ ଶ୍ରମିକ ଭାବେ କାମ କରି ଯାଇ ଥିବାବେଳେ ଏହି ସୁଯୋଗ ରେ ବୃଦ୍ଧା ଗୀତା ସହିତ ଆନନ୍ଦ ସରାଫ ମଧ୍ୟରେ ପ୍ରେମ ସମ୍ପର୍କ ରହି ଆସୁଥିଲା ଓ ଆନନ୍ଦ ବୃଦ୍ଧା କୁ ବିବାହ ର ପ୍ରଲୋଭନ ଦେଖାଇ ବାରଂବାର ଦୁଷ୍କର୍ମ କରି ଆସୁଥିଲା ବୋଲି ବୃଦ୍ଧା ଜଣକ ଆଗଲପୁର ଥାନାରେ ଅଭିଯୋଗ କରି ଛନ୍ତି । ଏହାରି ଭିତରେ ବୃଦ୍ଧା ର ଘରକୁ ଫେରିବା ପରେ ଘରେ ଉଭୟ ଙ୍କ ସମ୍ପର୍କ ରଖି ନ ପାରିବାରୁ ଗତ ତା ୩୦/୦୪ ରିଖ ଦିନ ସନ୍ଧ୍ୟା ରେ ଦୁହେଁ ଫେରାର ମାରିଥିଲେ । ଆନନ୍ଦ ସରାଫ ଆଗଲପୁର ଫେକ୍କ ରେ ପିଅନ ଭାବେ କାର୍ଯ୍ୟ କରନ୍ତି। ସେ ୩ଦିନ ଛୁଟି ନେଇଥିଲେ ବୋଲି ସୂଚନା ମିଳିଛି । ଏହି ତିନି ଦିନ ମଧ୍ୟରେ ଦୁହେଁ ଶାରୀରିକ ସମ୍ପର୍କ ରଖି ଆସୁ ଥିଲେ ବୋଲି ବୃଦ୍ଧା ଙ୍କ ଠାରୁ ସୂଚନା ମିଳିଛି ଓ ବିବାହ କରି...