ସୁକିନ୍ଦା ଅଞ୍ଚଳରେ ଗୋଚର ଓ ଶାଳଜଙ୍ଗଲ ଜମି ବେଆଇନ୍ ଦଖଲ କୁ ତାଗିଦ କଲେ ସ୍ଥାନୀୟ ତହସିଲଦାର ନାରାୟଣ ଦୀକ୍ଷିତ ।

ଯାଜପୁର - ସୁକିନ୍ଦା ଅଞ୍ଚଳରେ କିଛି ବ୍ୟକ୍ତି ବହୁ ସରକାରୀ ଜମି ,ଶାଳଜଙ୍ଗଲ କିସମ ଜମି ଓ ଗୋଚର ଜମିକୁ ଜବରଦଖଲ କରି ତାର ବାଡ଼ ବୁଲାଇ କବଜା କରି ବିଭିନ୍ନ ବ୍ୟକ୍ତିଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଖବର ପାଇ ସୁକିନ୍ଦା ତହସିଲଦାର ଶୁକ୍ରବାର ଦିବା ୧୨ ଘଟିକା ସମୟରେ ସୁକିନ୍ଦା ଅଦର୍ଶବିଦ୍ୟାଳୟ ପାଖ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଜବରଦଖଲ କାର୍ଯ୍ୟକୁ ବନ୍ଦ କରିବା ସହିତ ଯେଉଁମାନେ ଏହି ବେଆଇନ ଜବର ଦଖଲ କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁକିନ୍ଦା ତହସିଲଦାର ନାରାୟଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଯଦି ତହସିଲଦାର ଏହି ଘଟଣାର ସଠିକ୍ ଭାବେ ପରିଚାଳନା କରନ୍ତି ତେବେ ଜମି ମାଫିଆ ଓ ଦଲାଲ୍ ମାନେ ଦଣ୍ଡ ପାଇବା ସଙ୍ଗେ ସଙ୍ଗେ, ସରକାରୀ ଜମି ସରକାରଙ୍କ ହାତରେ ରୁହନ୍ତା I ଆଗାମୀ ଦିନରେ ଏହିପରି ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ କେହି ବି ଇଚ୍ଛା କରନ୍ତେ ନାହିଁ l ଏଠାରେ ଦେଖିବାକୁ ବାକି ରହିଲା ଏହା କେତେଦୂର ସମ୍ଭବ ହୋଇ ପାରିବ l Local tehsildar Narayan Dixit has warned of illegal occupation of pasture and forest lands in Sukinda area. Jajpur - The Sukinda tehsildar on Friday reported that some people in Sukinda area were forcibly occupying a lot of gover...