ତୃତୀୟ ରିଜର୍ଭ ବାଟାଲିୟନରେ ସ୍ୱାଧୀନତା ଦିବସ ପାଳିତ l

ଯାଜପୁର (ସୁକିନ୍ଦା):- ସୁକିନ୍ଦାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ କୋଭିଡ ନିୟମ ପାଳନ କରାଯାଇ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ସୁକିନ୍ଦା ନିକଟ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ପରିସରରେ ଆୟୋଜିତ ଉତ୍ସବରେ ବାଟାଲିୟନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ଜାତୀୟ ପତାକା ଉତ୍ତୋଳନ କରିଥିଲେ l 
କୋଭିଡ କଟକଣା ଯୋଗୁଁ ବାଟାଲିୟନର ୨ଟି କଣ୍ଟିଜେଣ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ସୁବେଦାର ଜ୍ଞାନରଞ୍ଜନ ରାଉତରାୟ ପରେଡ ପରିଚାଳନା କରିଥିବlବେଳେ ସୁବେଦାର ଜ୍ଞାନରଞ୍ଜନ ରାଉତ ସହଯୋଗ କରିଥିଲେ l ଆଡଜୁଟାଣ୍ଟ ନୋବର କେରକେଟା, ସ୍ୱତନ୍ତ୍ର ଅଧିକାରୀ ସତ୍ୟ ନାରାୟଣ ମଲ୍ଲିକ ଓ ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ, ସୋମନାଥ ସେଠି ଓ ମନୋଜ କୁମାର ଦାସ, ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l(ସୁକିନ୍ଦା ରୁ ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 
Third Reserve Battalion celebrates Independence Day. 
Jajpur (Sukinda): The 75th Independence Day has been observed in various government offices, educational institutions and business establishments in Sukinda to mark the 75th Independence Day. The flag was hoisted. 
Two battalion contingents of the battalion participated in the battalion due to the covid cut . Subedar Gyan Ranjan Rautaray conducted the parade l while Subedar Gyan Ranjan Raut assisted. Adjutant Nobar Kerketa, Special Officer Satya Narayana. Somnath Sethi and Manoj Kumar Das, Sukinda police station IIC Shiv Charan Behera chief were present. (Report by Jay Mohapatra from Sukinda) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !