ପିଚାଶ ମାମୁଁ ର ନାରକୀୟ କାଣ୍ଡ, ଭାଣିଜୀ ଦେହରେ ଲଗାଇଲା ନିଆଁ l

ବ୍ରହ୍ମପୁର (ବ୍ୟୁରୋ ରିପୋର୍ଟ )-ସ୍ଥାନୀୟ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ସୋମବାର ସନ୍ଧ୍ୟା ରେ ଜୈନକ ବ୍ୟକ୍ତି ତାର ଭଉଣୀ ର ଝିଅ(ଭାଣିଜୀ) ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଘଟଣା ର ବିବରଣୀ ରୁ ଜଣା ପଡ଼ିଛି ଯେ,କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ର ସିପ୍ରାନ ଡିଗଲ ନାମକ ଜୈନକ ବ୍ୟକ୍ତି ନିଜର ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଜେଲ ରେ ଥିଲା,ଏବଂ କିଛିଦିନ ପୂର୍ବେ ଅନ୍ତରୀଣ ଜାମିନ ପାଇ ଜେଲ ରୁ ମୁକୁଳି ଥିଲା।ସୋମବାର ସନ୍ଧ୍ୟାରେ ସେ ,ବ୍ରମ୍ହପୁର ,ବୈଦ୍ୟନାଥ ପୁର ବିଦ୍ୟାନଗର ରେ ରହୁଥିବା ତାର ଭଉଣୀ ଘରକୁ ଆସିଥିଲା।ସେତେବେଳେ ସେ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ରହି ଭଉଣୀ ଘରେ ପାଟି ତୁଣ୍ଡ କରୁଥିଲା।ସେହି ସମୟରେ ଅଭିଯୁକ୍ତ ର ଭଉଣୀ ଘର ବାହାରେ ବସିଥିବା ବେଳେ ତାଙ୍କର ୧୩ବର୍ଷର ନାବାଳିକା କନ୍ୟା ଘର ଭିତରେ ଶୋଇ ଥିଲା।ସେହି ସମୟରେ ଘର ଭିତରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ମାମୁ ଘରେ ଥିବା କିରାସିନି କୁ ନେଇ ଶୋଇ ଥିବା ଭାଣିଜୀ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା।ଶିଶୁ ଟିର ଆର୍ତ୍ତ ଚିତ୍କାର ଶୁଣି ଘର ବାହାରେ ବସିଥିବା ଅଭିଯୁକ୍ତ ର ଭଉଣୀ ଓ ପଡିଶା ଲୋକେ ଦଉଡି ଆସି ଝିଅ ଟିକୁ ଉଦ୍ଧାର କରି ଏମକେସିଜି ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ଝିଅ ଶରୀରର ପ୍ରାୟ ୭୦ଭାଗ ଜଳି ଯାଇଥିବା ଜଣା ପଡ଼ିଛି।ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ ଘଟଣା ସ୍ଥଳରେ ପ...