Posts

Showing posts from July 7, 2022

"ବଡଖବର"ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ଅନ୍ୟାୟ ଗିରଫଦାରୀ ର ପ୍ରତିବାଦ ରେ ୫ ଦଫା ଦାବି ପତ୍ର ପ୍ରଦାନ l

Image
ଯାଜପୁର :- ଜିଲ୍ଲା ସାମ୍ବାଦିକ ସଂଘ, ଯାଜପୁର (JAJ) ର କର୍ମକର୍ତ୍ତା ଓ ବରିଷ୍ଠ ସଭ୍ୟ ମାନେ "ବଡଖବର"ର ସମ୍ପାଦକ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ଅନ୍ୟାୟ ଗିରଫଦାରୀ ର ପ୍ରତିବାଦ ଏବଂ ତାଙ୍କୁ ଯଥା ଶୀଘ୍ର ନିସର୍ତ ଖଲାସ ଓ ମାମଲା ପ୍ରତ୍ୟାହାର ତଥା ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ସମେତ ୫ ଦଫା ଦାବି ନେଇ ଆଜି ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ସୁବାସ ଧଳ ଓ ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।