ଟି ୨୦ ବିଶ୍ଵକପ ଫାଇନାଲ: ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଭାରତ ହେଲା ଚମ୍ପିୟାନ l
ବ୍ୟୁରୋ ରିପୋର୍ଟ :- ଟି-୨୦ ବିଶ୍ଵ କପ୍ ରେ ଭାରତ ବିଶ୍ବ ଚମ୍ପିୟାନ । ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ୍ବ ଚମ୍ପିୟାନ । ଫାଇନାଲ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।ପୁଣି ୧୭ ବର୍ଷ ପରେ ପୁଣି ବିଶ୍ବ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ୨ୟ ଥର ଟି-୨୦ ବିଶ୍ବ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଆଉ ରୋହିତ ଶର୍ମାଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ବିଶ୍ବକପ୍ ଫାଇନାଲରେ ହିରୋ ସାଜିଛନ୍ତି ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହ ।୧୭୭ ରନ୍ ବିଜୟଲକ୍ଷ୍ୟ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆରମ୍ଭରୁ ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହେନରିଚ୍ କ୍ଲାସେନ୍ଙ୍କ ଦୁର୍ଦ୍ଦଶ ବ୍ୟାଟିଂ ପୁଣି ଦକ୍ଷିଣ ଆଫ୍ରିକାକୁ ଦମଦାର ପଦର୍ଶନ କରାଇଥିଲା । ପରେ ଜସପ୍ରୀତ ବୁମରାହ ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା ଡେଭିଡ୍ ମିଲରଙ୍କ ଓ୍ବିକେଟ୍ । ବାଉଣ୍ଡରି ଲାଇନ୍ କଡରେ ଡେଭିଡ୍ ମିଲରଙ୍କ ଅବିଶ୍ବସନୀୟ କ୍ୟାଚ୍ ଧରିଥିଲେ ସୂର୍ଯ୍ୟକୁମାର ଯାଦବ ।ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେଣ୍ଡରିକ୍ସ ମାତ୍ର ୪ ରନ୍ କରିଥିବା ବେଳେ କ୍ବିଣ୍ଟନ୍...