ଟି ୨୦ ବିଶ୍ଵକପ ଫାଇନାଲ: ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଭାରତ ହେଲା ଚମ୍ପିୟାନ l

ବ୍ୟୁରୋ ରିପୋର୍ଟ :- ଟି-୨୦ ବିଶ୍ଵ କପ୍ ରେ ଭାରତ ବିଶ୍ବ ଚମ୍ପିୟାନ । ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ୍ବ ଚମ୍ପିୟାନ । ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।ପୁଣି ୧୭ ବର୍ଷ ପରେ ପୁଣି ବିଶ୍ବ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ୨ୟ ଥର ଟି-୨୦ ବିଶ୍ବ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଆଉ ରୋହିତ ଶର୍ମାଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ବିଶ୍ବକପ୍‌ ଫାଇନାଲରେ ହିରୋ ସାଜିଛନ୍ତି ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହ ।୧୭୭ ରନ୍ ବିଜୟଲକ୍ଷ୍ୟ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଓ୍ବିକେଟ୍‌ ହରାଇ ୧୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆରମ୍ଭରୁ ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହେନରିଚ୍ କ୍ଲାସେନ୍‌ଙ୍କ ଦୁର୍ଦ୍ଦଶ ବ୍ୟାଟିଂ ପୁଣି ଦକ୍ଷିଣ ଆଫ୍ରିକାକୁ ଦମଦାର ପଦର୍ଶନ କରାଇଥିଲା । ପରେ ଜସପ୍ରୀତ ବୁମରାହ ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା ଡେଭିଡ୍‌ ମିଲରଙ୍କ ଓ୍ବିକେଟ୍‌ । ବାଉଣ୍ଡରି ଲାଇନ୍‌ କଡରେ ଡେଭିଡ୍‌ ମିଲରଙ୍କ ଅବିଶ୍ବସନୀୟ କ୍ୟାଚ୍ ଧରିଥିଲେ ସୂର୍ଯ୍ୟକୁମାର ଯାଦବ ।ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେଣ୍ଡରିକ୍ସ ମାତ୍ର ୪ ରନ୍ କରିଥିବା ବେଳେ କ୍ବିଣ୍ଟନ୍‌ ଡି' କକ୍‌ ୩୧ ବଲରୁ ୩୯ ରନ୍, ଏଡେନ୍ ମାର୍କରମ୍ ୪ ରନ୍, ଷ୍ଟ୍ରିଷ୍ଟନ୍ ଷ୍ଟବ୍ସ ୨୧ ବଲ ୩୧ ରନ୍, ହେନରିଚ୍ କ୍ଲାସେନ୍ ୨୭ ବଲ ଖଷଳି ୨ ଚୌକା ଓ ୫ ଛକା ସହାୟତାରେ ୫୨ ରନ୍ କରି ଆଉଟ ହୋଇଥିଲେ । ଡେଭିଡ୍‌ ମିଲର ୨୧ ରନ୍ କରି ଆଉଟ ହୋଇଥିବା ବେଳେ ମାର୍କୋ ଜନସେନ୍ ୨ ରନ୍, କାଗିସୋ ରାବାଡା ୪ ରନ୍ କରି ଆଉଟ ହୋଇଥିଲେ । କେଶବ ମହାରାଜ ୨ ରନ୍ ଓ ଏନରିଚ୍ ନୋର୍କିୟେ ୧ ରନ୍ କରି ନଟଆଉଟ ଥିଲେ ।ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ପାୱାର ପ୍ଲେରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳ ପ୍ରଥମ ୬ ଓଭରରେ ୩ ୱିକେଟ ହରାଇ ୪୫ ରନ କରିବାକୁ ସକ୍ଷମ ହୋଇଥିଲା।ଅକ୍ଷର ପଟେଲଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ଦଳୀୟ ସ୍କୋରକୁ ୧୦୦ ପାର କରାଇବା ସହ ନିଜ ନିଜର ଅର୍ଦ୍ଧଶତକ ଆଡ଼କୁ ଯାଉଥିଲେ। କିନ୍ତୁ ଦଳୀୟ ସ୍କୋର ୧୦୬ ଥିବା ବେଳେ ବିରାଟଙ୍କ ସହ ଭୁଲ ବୁଝାମଣା ଯୋଗୁ ଅକ୍ଷର ପଟେଲ ରନ ଆଉଟ ହୋଇଯାଇଥିଲେ। ଅକ୍ଷର ଆଜି ୩୧ ବଲରେ ୪୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।ବିଶ୍ଵ ବିଜୟୀ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !