ଦୈନିକ ଓଡ଼ିଆ ଖବରକାଗଜ ମନ୍ଥନ ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ l

(ସମ୍ବାଦ ପତ୍ର ସାଧାରଣ ଲୋକଙ୍କ ପାଇଁ ସହାୟତା ର ହାତ ବଢାଇଛି - ଡଃ. ରାମଚନ୍ଦ୍ର ଖୁଣ୍ଟିଆ) ଯାଜପୁର/ବ୍ୟାସନଗର - ଦୈନିକ ଖବର କାଗଜ ମନ୍ଥନ ର ଏକାଦଶ ବାର୍ଷିକ ଉତ୍ସବ ଯାଜପୁର ରୋଡ଼ ସ୍ଥିତ ହୋଟେଲ୍ ରୟାଲ୍ କଳିଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି l ସୁପ୍ରଶାସକ ଏଡିଏମ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଶିକ୍ଷାବିତ୍ ଡକ୍ଟର ଚକ୍ରଧର ବିଶ୍ଵାଳ, କ୍ରୀଡ଼ା ସଂଗଠକ ଶ୍ରୀଯୁକ୍ତ ରସାନନ୍ଦ ମହାନ୍ତି, ସାହିତ୍ୟିକ ଭାବେ ଡଃ. ପ୍ରଜ୍ଞା ପ୍ରବର୍ତ୍ତକା ଦାଶ, ସୁ ଚିକିତ୍ସକ ଡାକ୍ତର ବିନୟ କୁମାର ନାୟକ, ଦକ୍ଷ ସାମ୍ବାଦିକ ଶ୍ରୀଯୁକ୍ତ ଆନନ୍ଦ କୁମାର ସାହୁ ଓ ଶ୍ରୀଯୁକ୍ତ ଅଭୟ କୁମାର ପତି, ଦକ୍ଷା ପଞ୍ଚାୟତିରାଜ ପ୍ରତିନିଧି ଭାବେ ଶ୍ରୀମତୀ ସ୍ବର୍ଣ୍ଣଲତା ବାନରା, ପରିବେଶ ସୁରକ୍ଷା କ୍ଷେତ୍ରରେ ଜିନ୍ଦାଲ ଷ୍ଟିଲ ଲିମିଟେଡ କଳିଙ୍ଗନଗର, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟାଟା ମେଡିକା ହସ୍ପିଟାଲ କଳିଙ୍ଗନଗର ଓ ସସ୍କୃତି ସମ୍ମାନ ରେ ବ୍ୟାସଶ୍ରୀ କଳାନିକେତନ କୁ ସମ୍ମାନିତ କରାଯାଇଥିଲା l ଏହି କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତକଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ସମ୍ମାନୀତ ଅତିଥି ଭାବେ ଡଃ ରୁଦ...