Posts

Showing posts from January 17, 2020

ବ୍ୟାସନଗର ରେ ମକର ସଂକ୍ରାନ୍ତି ପାଳନ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ମହାଯଜ୍ଞ l ଯାଜପୁର /ବ୍ୟାସନଗର - ହିନ୍ଦୁ ଧର୍ମ ର କିଛି ବାରମାସରେ ତେର ପର୍ବ ପର୍ବାଣୀ l ଏହି ଅବସରରେ ଗତ ୧୫ ତାରିଖ ଦିନ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ଗ୍ରାମରେ ବହୁ ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳନ କରାଯାଇଛି l ପ୍ରତ୍ୟୁଷରୁ ପବିତ୍ର ବ୍ୟାସସରୋବର ପିଠ ଠାରୁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦେଇ କଳସ ଯାତ୍ରା ଆରମ୍ଭ କରିଥିଲେ l ମୁଣ୍ଡମାଳ ଗ୍ରାମର ମହାତ୍ମା କମିଟି ସଭାପତି ବାବୁଲି ପାତ୍ର ଓ ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l କଳସ ଯାତ୍ରା ପରେ ଅହୋରାତ୍ର ମହା ଯଜ୍ଞ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ନିଜର କର୍ମମୟ ଜୀବନକୁ ଆଲୋକିତ କରିବା ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ l ଗ୍ରାମର ଶତାଧିକ ଯୁବଗୋଷ୍ଠୀ ଶାନ୍ତି ଶୃଙ୍ଖଳାର ସହ ଏହି ଧାର୍ମିକ କାର୍ଯ୍ୟ ପାଇଁ ନିଜର କାଯ୍ୟ ସମ୍ପାଦନା କରିଥିଲେ l