‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୯ତମ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ ପାଳିତ l
ଯାଜପୁର (ବ୍ୟାସନଗର) :- ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୯ତମ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଏବଂ ସୁସାହିତ୍ୟିକ ତଥା ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ସମାଜସେବୀ ରାମଚନ୍ଦ୍ର ବାରିକ, ସାମ୍ବାଦିକ ଉମାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ପାଇଁ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବସନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର ସହରରେ ବସବାସ କରୁଥିବା ଶ୍ରମିକମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଉଦ୍ବେଗ ପ୍ରକାଶ କରିବା ସହ ‘କରୋନା’ ମହାମାରୀ ସମୟରେ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ମାର୍ଫତରେ ‘ଉଦୟବଟ’ ବହୁ ଶ୍ରମଜୀବୀ, ଅଭାବୀ ପରିବାରକୁ ଯଥାସମ୍ଭବ ସହଯୋଗ କରି ପ୍ରଶ...