କଳିଙ୍ଗନଗର ମଜଦୁର ଇଉନିୟନ୍ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି!

ଯାଜପୁର (କଳିଙ୍ଗନଗର) :- ସାରା ଦେଶରେ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବାକୁ ମେ ପହିଲା କୁ ଶ୍ରମିକ ଦିବସ ରୂପେ ପାଳନ କରାଯାଏ l ୧୯୨୩ ମସିହା ରେ ମାଡ୍ରାସ୍ ରେ ପ୍ରଥମେ ଶ୍ରମିକ ଚାଷୀ ଅଫ ହିନ୍ଦୁସ୍ଥାନ ଏହି ଦିବସ ପାଳନ କରି ଆସୁଛି l ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବାକୁ ଏହି ଦିବସକୁ ସଚେତନତା ର ବାର୍ତ୍ତା ବାଣ୍ଟିବା ଉଦ୍ଦ୍ୟେଶରେ ପାଳନ କରାଯାଏ l ଯାହାଦ୍ୱାରା ଶ୍ରମିକମାନେ ପୁଞ୍ଜିପତି ଓ ଠିକାଦାର ମାନଙ୍କ ଠାରୁ ନିଜକୁ ଅତ୍ୟାଚାରରୁ ମୁକ୍ତ କରି ପାରିବେ l ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଠାରେ କଳିଙ୍ଗନଗର ମଜଦୁର ଇଉନିୟନ୍ ପକ୍ଷରୁ ଆୟୋଜିତ ଶ୍ରମିକ ଦିବସ ରେ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ ସଭା ଭଳି ଅନୁଭବ ହୋଇଛି l ବିଭିନ୍ନ ସ୍ଥାନରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ ଲଗାଯାଇଥିବା ଫଳକ ଉପରେ ନିର୍ବାଚନ ଆଚରଣ ବିଧି ପାଇଁ ବର୍ତ୍ତମାନ କଳା ଜରି ଓ ଅଖା ରେ ବିଲୁପ୍ତପ୍ରାୟ ପରିପ୍ରକାଶ ଦେଖାଯାଉଥିବା ବେଳେ କଳିଙ୍ଗନଗର ମଜଦୁର ଇଉନିୟନ୍ ଖୁଲମଖୁଲା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ ଙ୍କ ବ୍ୟାନର ଲଗାଇ ଦାନଗଦି ଭବନ ଠାରେ ପାଳନ କରିଛି ଶ୍ରମିକ ଦିବସ l ଏହା କେତେଦୂର ଠିକ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଶ୍ରମିକ ଦିବସ ପାଳନ ଆଳରେ ନିର୍ବାଚନ ପ୍ରଚାର, ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ଏବଂ ସାଂସଦ ଶର୍ମିଷ୍ଠା ସେଠୀ ଙ୍କ ଫଟୋ ଥିବା ବ୍ୟାନର ରେ ଶ୍ରମିକ ଦିବସ ପାଳନ କରିବା, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁ ନାହିଁ କି? ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ l ପୋଲିସ୍ ପ୍ରଶାସନ ଉପସ୍ଥିତ ଥିଲେ ମଧ୍ଯ ଏହି ଶ୍ରମିକ ଦିବସ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଦାନଗଦି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଏବଂ ଦାନଗଦି ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ ମିଟର ବ୍ୟବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହାର ସତ୍ୟତା ଉପରେ ପରବର୍ତ୍ତୀ କାଳରେ ନିର୍ବାଚନ କମିଶନ କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା l ଶ୍ରମିକ ଦିବସ ପାଳନ ଅବସରରେ କାହା ପ୍ରୋସାହନ ରେ କଳିଙ୍ଗନଗର ମଜଦୁର ଇଉନିୟନ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ତାହା ସାଧାରଣ ଲୋକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି l ଦେଖାଯାଉ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।