Posts

Showing posts from July 28, 2021

ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି ବିଜେପି l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି।  ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ବରିଷ୍ଠ ନେତା କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଗଠନ କରିଛି। କମିଟିରେ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବାବେଳେ ଅନ୍ୟ ୧୭ଜଣ ନେତାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ଜିଲ୍ଲା ପ୍ରଭାରୀ କମିଟି ଗଠନ ହୋଇଛି।  ବିଜେପିର ତାଲିକା ଅନୁସାରେ ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜର ବାରିପଦା ଓ ରାଇରଙ୍ଗପୁର , ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା, ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହା