ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର I

ଚିତ୍ରକୋଣ୍ଡା : - ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁବିଧା ନିମନ୍ତେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଗାଁକୁ ରାସ୍ତା ଥାଇବି ଆଜି ବି ଲୋକଙ୍କୁ ରାସନ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୮ କିଲୋମିଟର। ୧ ଟଙ୍କାର ଚାଉଳ ପାଇବା ପାଇଁ ଲୋକଙ୍କୁ କେଜି ପ୍ରତି ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଫୁଟ ପଞ୍ଚାୟତରେ ବାସ କରନ୍ତି। ଧୂଳିଫୁଟ ପଞ୍ଚାୟତକୁ ରାସ୍ତା ନିର୍ମାଣ ହୋଇଥିଲେ ବି ଲୋକଙ୍କୁ ଆଜି ବି ରାସନ ନିମନ୍ତେ ଦୀର୍ଘ କିଲୋମିଟର ଚାଲିଚାଲି ବଡ଼ପଡାର ହାଟଗୁଡାକୁ ଆସିବାକୁ ପଡ଼ୁଛି। କିଏ ଘୋଡା ସାହାଯ୍ୟରେ ତ କିଏ ଚାଲି ଚାଲି ଆସି ରାସନ ଚାଉଳ ନେଇଥାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧୂଳିଫୁଟ ପଞ୍ଚାୟତ ବାସ...