ମନରେଗା କର୍ଯ୍ୟ ରେ ନିୟୋଜିତ ହେଉଛନ୍ତି ବି-ଟେକ୍ ଇଂଜିନିୟର ଶ୍ରମିକ ।
( ସୁକିନ୍ଦା ବ୍ଲକ ରେ ମନରେଗା ରେ ମହାଦୁର୍ନୀତି) ଯାଜପୁର (କାଳିଆପାଣି) - ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଂମ୍ପୁଡିଆ ପଞ୍ଚାୟତ ରେ ମନରେଗା ଯୋଜନା ରେ ମହାଦୁର୍ନୀତି । ପିଂମ୍ପୁଡିଆ ନୋଡାଲ ସ୍କୁଲ ପଛପଟେ ଥିବା ସ୍ଥାନ ରେ ମନରେଗା ଯୋଜନା ରେ ୩ ଲକ୍ଷ ଟଙ୍କା ଗଛ ଲଗା ଓ ବାରବେଡ଼ା ପାଚେରୀ କାର୍ଯ୍ୟ କରାଯାଇଥିଲା । ୨୦୨୧ - ୨୨ ଆର୍ଥିକ ବର୍ଷ ରେ ଉକ୍ତ ପ୍ରକଳ୍ପ ଟିରେ ସମ୍ପୂର୍ଣ୍ଣ ମନରେଗା ଯୋଜନା ରେ ଅର୍ଥ ବ୍ୟୟ ବରାଦ ହୋଇଥିଲା । ଏହି ମନରେଗା କାର୍ଯ୍ୟ ରେ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶନାମା ଅନୁଯାଇ ଗରିବ ଓ ଦିନ ମଜୁରିଆ ଶ୍ରେଣୀ ର ଲୋକଙ୍କୁ ନିୟୋଜିତ କରିବା ର ନିୟମ ରହିଛି ହେଲେ ପଂଚାୟତ ର ବାହୁବଳୀ ସରପଞ୍ଚ ନିଜେ ସର୍ବେ ସର୍ବା ଭାବି ନିଜ ସମ୍ପର୍କୀୟ ଲୋକଙ୍କୁ ଏହି କାର୍ଯ୍ୟ ରେ ନିୟୋଜିତ କରୁଛନ୍ତି । ସେ ଗ୍ରାମ ର ଧନୀ ଶାଳୀ ବ୍ୟକ୍ତି ହୁଅନ୍ତୁ ବା ପାଠ ପାଢୁଆ ଯୁବକ ହୁଅନ୍ତୁ ମନରେଗା ଯୋଜନା ର ମାଗଣା ବା ସରକାରୀ ଟଙ୍କା ର ଲାଭ ପାଇବା ଥୟ ଅଟେ । ସୂଚନା ମୁତାବକ ବିଶ୍ଵ ର ଆଗଧାଡ଼ିର ସଣ୍ଟଓୟାର କମ୍ପାନୀ ରେ ବି-ଟେକ ଇଂଜିନିୟର ଭାବେ କାର୍ଯ୍ୟ କରି ୫୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଦରମା ପାଉଥିବା କର୍ମଚାରୀ ଜଣକ ଏଠି ମନରେଗା ରେ ଶ୍ରମିକ ଭାବେ କାର୍ଯ୍ୟ କରୁଛି । ଯାହାକି ପ୍ରତ୍ୟେକ ସପ୍ତାହ ରେ ଛଅ ଦିନ ଭାବେ ଦୈନିକ ମଜୁରୀ ପାଉଛନ୍ତି । କିନ୍ତୁ ବିଡ଼ମ୍ବନା ର ବିଷୟ ପଞ୍ଚାୟତ ରେ ଅନେ...