ଦକ୍ଷିଣ କାଳିଆପାଣି ମାଇନିଂ ଡମ୍ପ ସମ୍ପ୍ରସାରଣ ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ l


(ସ୍ଥାନୀୟ ଅଞ୍ଚଳର ବେକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହ ପୂର୍ଣ୍ଣ ସମର୍ଥନ) 
ଯାଜପୁର (କାଳିଆପାଣି) : - କାଳିଆପାଣି ଖଣି ଅଞ୍ଚଳରେ କ୍ରୋମ ଉତ୍ତୋଳନ କରୁଥିବା ରାଜ୍ୟ ସରକାରଙ୍କ ଓଡିଶା ଖଣି ନିଗମ ଦକ୍ଷୀଣ କାଳିଆପାଣି ଖଣିର ଡମ୍ପ ସମ୍ପ୍ରସାରଣ କରିବା ପାଇଁ ପରିବେଶ ମଞ୍ଜୁରୀ ସମ୍ବନ୍ଧିୟ ଜନଶୁଣାଣି ବୁଧବାର ଦିନ ଓଡିଶା ଖଣି ନିଗମ ଟାଉନସିପ ସ୍ଥିତ କମ୍ୟୁନିଟି ସେଣ୍ଟର ପଡିଆ ଠାରେ ରାଜ୍ୟ ପ୍ରଦୂଷଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ତହସିଲ ଅନ୍ତର୍ଗତ କାଳିଆପାଣି, ଗୁରୁଜଙ୍ଗପାଳ, ସୁକୁରଙ୍ଗୀ, ସାରୁଆବିଲ ଗ୍ରାମରେ ଅବସ୍ଥିତ ଦକ୍ଷିଣ କାଳିଆପାଣି ଖଣିର ବିସ୍ତାର ବିନା ଉତ୍ପାଦନ କ୍ଷମତାରେ ପରିବର୍ତ୍ତନ ନକରି ୧.୪୦ ମିଲିୟନ ଟନ କ୍ରୋମାଇଟ ଓରର ବାର୍ଷିକ ଉତ୍ପାଦନ ଓ ବର୍ଯ୍ୟ ବସ୍ତୁ ୧୫.୨୪ ମିଲିୟନ ଟନ ଏବଂ ସି. ଓ. ଜି ପ୍ରକଳ୍ପର ବାର୍ଷିକ ସାମର୍ଥ୍ୟ ୪୭୪୦୦୦ ଟନ ନିମନ୍ତେ ଜନ ଶୁଣାଣି ଶିବିରରେ କଳିଙ୍ଗନଗର ଯାଜପୁର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଯାଜପୁର ପ୍ରମୋଦ କୁମାର ବେହେରା ନିର୍ଦ୍ଧାରିତ ସମୟରେ ପହଁଞ୍ଚି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଆଖପାଖ ଅଞ୍ଚଳର ଅଧିବାସୀ ମାନେ ପରିବେଶ ଉପରେ ନିଜ ନିଜର ମତା ମତ ଦେବା ସହିତ ଅଞ୍ଚଳର ବିକାଶ ମୂଳକ କାମ ସ୍କୁଲ ପିଲାମାନଙ୍କ ଯାତାୟତ ପାଇଁ ବସ, ସବୁ ଅଞ୍ଚଳକୁ ସବୁବେଳେ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରିବା, ଖଣି କରିଥିବା ଡମ୍ପରୁ ଧୂଳି ନଉଡିବା ପାଇଁ ବ୍ୟବସ୍ଥା କରିବା, ଖଣିରୁ ନିର୍ଗତ ବର୍ଯ୍ୟବସ୍ତୁ କ୍ରୋମ ମିଶା ପାଣିକୁ ଠିକରେ ବିଶୋଧନ କରି ବାହାରକୁ ଛାଡିବା, ସିଧାସଳଖ ଖଣିରେ ସ୍ଥାନୀୟ ଅଞ୍ଚଳର ବେକାରୀ ମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ଆଦି ଦାବି କରିବା ସହିତ ସମର୍ଥନ ଜଣାଇଥିଲେ l ପାଖାପାଖି ଷାଠିଏ ଜଣ କହିବା ପରେ ସମସ୍ତେ ଦୁଇ ହାତ ଟେକି ହୁଳହୁଳି ପକାଇ ଜଣାଶୁଣାଣୀକୁ ସମର୍ଥନ ଯାଇଥିଲେ l ଖଣିନିଗମ ପକ୍ଷରୁ ଜି. ଏମ ପର୍ସନାଲ ଅଶୋକ କୁମାର ବେହେରା ଓ ଆଞ୍ଚଳିକ ପ୍ରବନ୍ଧକ ଆଶିଷ କୁମାର ସାମନ୍ତରାୟ ସବୁ ଦାବିକୁ ଆମେ ପର୍ଯ୍ୟାୟ କ୍ରମେ ପୂରଣ କରିବାକକୁ ପ୍ରତିଶୃତି ଦେଇଥିଲେ l କାଳିଆପାଣି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l ଖରାର ପ୍ରକୋପ ସତ୍ୱେ ଜନ ସାଧାରଣ ଉପସ୍ଥିତ ରହି ମତା ମତ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !