ଯାଜପୁର ରୋଡ଼ ସେଣ୍ଟ୍ରାଲ ସ୍କୁଲ ଗୃହ ନିର୍ମାଣ ପାଇଁ କେନ୍ଦ୍ରସରକାର ଅର୍ଥ ମଞ୍ଜୁର କଲେ l

ଯାଜପୁର : - ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଈଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ ସୂଚନା ଦେଲେ ସାଂସଦ ଶର୍ମିଷ୍ଠା ସେଠି। ପ୍ରକାଶ ଯୋଗ୍ୟ ଆଜି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଅଚାନକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସିଥିଲେ। ସୂଚନା ମୁତାବକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିଜସ୍ଵ ଘରକି ଜାଗା ନଥିବାରୁ ବ୍ୟାସନଗର ସ୍ଥିତ ଏନସି ହାଇସ୍କୁଲ ପରିସରରେ ଅନେକ ଦିନ ହେବ ଚାଲୁ ରହୁଛି। ଯେଉଁଠି ୪୫୦ରୁ ଉର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବା ବେଳେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ପାଠ ପଢିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲର ଅଭିଭାବକ ସଙ୍ଘ ଓ ସ୍କୁଲର ପ୍ରିନ୍ସପାଲ ସ୍ୱତନ୍ତ୍ର ସ୍କୁଲ ଘର ନିର୍ମାଣ ପାଇଁ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ଅଶୋକ କୁମାର ବଳଙ୍କ ନିକଟରେ ଦାବି କରୁଥିଲେ । ତେବେ ସାଂସଦ ଓ ବିଧାୟକଙ୍କ ପ୍ରଚେଷ୍ଟାରେ ସେଣ୍ଟ୍ରାଲ ସ୍କୁଲର ସ୍ଵତନ୍ତ୍ର ଗୃହ ନିର୍ମାଣ ପାଇଁ ୨୩ କୋଟି ୩୨ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ଆଜି ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସି ସୂଚନା ଦେଇଛନ୍ତି ସାଂସଦ ଶ୍ରୀମତୀ ସେଠୀ । ଏଥିସହିତ ଏହି କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହେବ ସେଥିପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି ସାଂସଦଙ୍କ ପକ୍ଷରୁ ସୂଚନା ମିଳିଛି।ଆଜିର ଏହି ଗସ୍ତ ସମୟରେ ବ୍ୟାସନଗର ପୌରପର...