Posts

Showing posts from July 5, 2021

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

Image
ଭୁବନେଶ୍ଵର( ବ୍ୟୁରୋ ରିପୋର୍ଟ) :- ରାଜଧାନୀ ଭୁବନେଶ୍ଵର ରେ ଘଟିଯାଇଛି ଅଭାବନିୟ ଘଟଣା l ଗୋଟିଏ ଘର ଭିତରେ ମହିଳାଙ୍କୁ ହତ୍ୟା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ । ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା । ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି f ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି । ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ