ବିଆଇପିଏଫ -ଭୂମିକା ଭିଜନ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି l

ଯାଜପୁର (ସୁକିନ୍ଦା) : -ଇମ୍ଫାର ସାମାଜିକ କଲ୍ୟାଣ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଓ ଭୂମିକା ଭିଜନ ସେଣ୍ଟର ସହାଭାଗିତାରେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି କ୍ରୋମାଇଟ ଖଣି ହସପିଟାଲ ଠାରେ ଚକ୍ଷୁ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଇମ୍ଫାର ଉପ ସଭାପତି ତଥା ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନକରି ସୁକିନ୍ଦା ଖଣି ଅଞ୍ଚଳରେ ବାସକରୁଥିବା ଜନ ସାଧାରଣଙ୍କୁ ଗୁଣାତ୍ମକ ଚକ୍ଷୁ ଚିକିତ୍ସା ଯୋଗାଇ ଦେବା ପାଇଁ ବିଆଇପିଏଫ, ଭୂମିକା ଆଇ ହସ୍ପିଟାଲ ସହ ସହବନ୍ଧିତ ହୋଇଛି ବୋଲି କହିଥିଲେ l ଭୂମିକା ଭିଜନ ସେଣ୍ଟର ଅଧ୍ୟକ୍ଷ ଭୀଷ୍ମ ପ୍ରସାଦ ରଥ ଏଥିରେ ଯୋଗଦେଇ ଏହି ଚିକିତ୍ସା କେନ୍ଦ୍ରରେ ଚକ୍ଷୁ ରୋଗୀ ମାନଙ୍କୁ ନିଃଶୁଳ୍କ ରହଣି ସହ ରିହାତି ଦରରେ ଚିକିତ୍ସା ସମ୍ୱନ୍ଧୀୟ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ l ବିଆଇପିଏଫର ଉପସଭାପତି ଅଶୋକ ବେହେରା ମଧ୍ୟ ଉଦବୋଧନ ଦେଇଥିଲେ l ଉଦଘାଟନୀ ଉତ୍ସବରେ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଉପ ସଭାପତି ପ୍ରଭାତ ରଞ୍ଜନ ପରିଡା, ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଜିଲା ପରିଷଦ ସଭ୍ୟା ଜେମା ଚାଖୀ, କାଳିଆପାଣି ଓ ରାଁସୋଳ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ l ...