ଧସିଲା ବେଦାନ୍ତ ଖଣି ,ଗ୍ରାମବାସୀ ଆତଙ୍କିତ।

ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲାରେ କ୍ରୋମ୍ ଉତ୍ତୋଳନ କରୁଥିବା କମ୍ପାନୀ ବେଦାନ୍ତ ଖଣିରେ ଅଘଟଣ । ୫୦ ମିଟର ଓସାରରେ ଖଣି ସିମାଞ୍ଚଳ ଠାରୁ ୫୦ ମିଟର ଗୁରୁଜାଙ୍ଗ ଗ୍ରାମ ପର୍ଯ୍ୟନ୍ତ ମାଟି ଧସି ଖଣିର ବଟମ୍ ପର୍ଯ୍ୟନ୍ତ ଖସିଯାଇଛି । ଯାହାଫଳରେ ଖଣି ଭିତରେ ୬ଟି ମେସିନ ପୋତି ହୋଇଥିବା ସୂଚନା ମିଳୁଛି । ଘଟଣାରୁ ପ୍ରକାଶ ଯେ ଲଗାଣ ବର୍ଷା କାରଣରୁ ଶନିବାର ଦିନ ବେଦାନ୍ତ ଖଣି ପରିସିମା ଠାରୁ ୫୦ ମିଟର ଦୂରତାରେ ଗୁରୁଜଙ୍ଗ ଗ୍ରାମ ନିକଟରୁ ଫାଟ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମାନେ ଫାଟ ଦେଖି ଖଣି କର୍ତ୍ତୁପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖଣି କର୍ତ୍ତୁପକ୍ଷ ଦୁଇଗୋଟି ସେସିନ୍ ଦ୍ବାରା ଫାଟ ହୋଇଥିବା ସ୍ଥାନ କୁ ଲୁଚାଇବାକୁ ଚେଷ୍ଟାକରିଥିଲେ ଏବଂ ଘଟଣା ସମ୍ଭଧରେ କୌଣସି ଆଡେ ପ୍ରଘଟ ନକରିବାକୁ ବୁଝା ସୁଝା କରିଥିଲେ । ଗ୍ରାମ ବାସୀ ମାନେ କତ୍ରୁପକ୍ଷ ଙ୍କ କଥା ନ ଶୁଣି ମେସିନ କୁ ଫେରେଇ ଦେଇଥିଲେ । ଯାହାଫଳରେ ଅନ୍ୟ କୌଣସି ପଦକ୍ଷେପ ନ ନେଇ ଉକ୍ତ ସ୍ଥାନ ରୁ ପୋକ୍ ଲିନ୍ ମେସିନ ଫେରାଇ ଆଣିଥିଲେ । ଘଟଣାଟି ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଦିନ ଅପରାହ୍ନ ୪-୩୦ ଘଟିକା ସମୟରେ ହଠାତ ଅତଡା ଭୂଷୁଳି ଯାଇଥିଲା ଫଳରେ ପାଖାପାଖି ୫୦୦ ଟ୍ରିପ୍ ବଡଟିପର ରେ ମାଟି ରୁ ଅଧିକ ଅନୁମାନ ହୁଏ । ବିରାଟ ଶବ୍ଦ ଶୁଣି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ ଏବଂ ପରେ ଉକ୍ତ ସ୍ଥାନକୁ ଯାଇ ଦେଖିଥିଲେ । ଏବଂ ତୁରନ୍ତ ଖଣି କର୍ତ୍ତୁପକ୍ଷ କୁ ସୂଚନା ଦେଇଥିଲେ ।ମଙ୍ଗଳବାର ଦିନ ସକାଳୁ ଆଉ ଏକ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । କମ୍ପାନୀ ଲଗାତର ଭାବରେ ବାରୁଦରେ ବ୍ଳାଷ୍ଟିଙ୍ଗ କରି ଏହି ଅଞ୍ଚଳର ମାଟି ହାଲୁକା କରିଦେଇଛି ଫଳରେ ଗୋଟିଏ ପରେ ଗୋଟିଏ ଫାଟ ସୃଷ୍ଟି ହେଉଛି । ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ଯ ଫାଟ ଲୁଚିବା ପରିବର୍ତ୍ତେ ଆଉ ଏକ ଫାଟ ପଦାକୁ ଦିଶୁଛି । ଏମିତି ହେବା ଫଳରେ ଗ୍ରାମବାସୀ ମାନେ ଭୟବିତ ଅବସ୍ଥାରେ ଅଛନ୍ତି । ତୁରନ୍ତ ଗ୍ରାମ ବାସୀ ମାନଙ୍କୁ ସ୍ଥାନାନ୍ତରିତ ନ କଲେ କେତେବେଳେ ଘର ଦ୍ବାର ସହ ଯୀବନ ଚାଲିଯିବ ତାହା ସନ୍ଦେହ ନାହିଁ ।ବେଦାନ୍ତ କମ୍ପାନୀର ମନମୁଖି ଡମ୍ପିଙ୍ଗ୍ ୟାର୍ଡ ଓ ସଠିକ୍ ଭାବରେ ସବ୍ ବେଞ୍ଚ୍ ନଥିବାରୁ ଏବେ ଖଣିଟି ଅସୁରକ୍ଷିତ ଅବସ୍ଥାରେ ଅଛି । ବେଞ୍ଚ ର ଓସାର ୮ ମିଟର ଏବଂ ଉଚ୍ଚତା ୪ ମିଟର ଓ ୭୦° ସ୍ଲୋପିଙ୍ଗ୍ ରହିବା କଥା କିନ୍ତୁ ୯୦° ବେଞ୍ଚ ରଖି ଦୁର୍ଘଟଣାକୁ ନିମନ୍ତ୍ରଣ କରିଛନ୍ତି ବୋଲି ଖଣିରେ କାର୍ଯ୍ଯ କରୁଥିବା ଅଭିଜ୍ଞ ଲୋକ ଆଲୋଚନା କରୁଛନ୍ତି । ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ପକ୍ଷରୁ ଐହାର କୈଣସି ତଦନ୍ତ ହେଉନାହିଁ ଯଦି ଖଣିଟିକୁ ପ୍ରତ୍ୟେକ ମାସରେ ଖଣି ସହ ସଂପୃକ୍ତ ସରକାରୀ ମାନେ ଜାଞ୍ଚ କରନ୍ତେ ତେବେ ଏହି ଖଣିରୁ ଦୁର୍ଘଟଣା ଏଡେଇ ହୋଇପାରନ୍ତା ବୋଲି ଏବେ ସାଧାରଣ ରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ବେଦାନ୍ତ ଖଣିକୁ ସଂଲଗ୍ନ ଲିଜ୍ ଜମି ଓ ଏମ୍ ସି ଏବଂ ବନ ବିଭାଗର ଏରିଆ। ସେମାନେ କଣ ପାଇଁ ଚୂପ୍ ବସିଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।ଜିଲ୍ଲା ପ୍ରସାଶନ ଏଥିପ୍ରତି ଦୃଷ୍ଠିଦେଇ ଉକ୍ତ ଗାଁ କୁ ସୁରକ୍ଷା ଦେବାକୁ ଦାବି ହେଉଛି ଯଦି ନ ହୁଏ ତେବେ ଆଗାମି ଦିନରେ ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି ବୋଲି ଶୁଣିବାକୁ ମିଳୁଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !