ବିଆଇପିଏଫ -ଭୂମିକା ଭିଜନ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି l

ଯାଜପୁର (ସୁକିନ୍ଦା) : -ଇମ୍ଫାର ସାମାଜିକ କଲ୍ୟାଣ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଓ ଭୂମିକା ଭିଜନ ସେଣ୍ଟର ସହାଭାଗିତାରେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି କ୍ରୋମାଇଟ ଖଣି ହସପିଟାଲ ଠାରେ ଚକ୍ଷୁ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଇମ୍ଫାର ଉପ ସଭାପତି ତଥା ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନକରି ସୁକିନ୍ଦା ଖଣି ଅଞ୍ଚଳରେ ବାସକରୁଥିବା ଜନ ସାଧାରଣଙ୍କୁ ଗୁଣାତ୍ମକ ଚକ୍ଷୁ ଚିକିତ୍ସା ଯୋଗାଇ ଦେବା ପାଇଁ ବିଆଇପିଏଫ, ଭୂମିକା ଆଇ ହସ୍ପିଟାଲ ସହ ସହବନ୍ଧିତ ହୋଇଛି ବୋଲି କହିଥିଲେ l ଭୂମିକା ଭିଜନ ସେଣ୍ଟର ଅଧ୍ୟକ୍ଷ ଭୀଷ୍ମ ପ୍ରସାଦ ରଥ ଏଥିରେ ଯୋଗଦେଇ ଏହି ଚିକିତ୍ସା କେନ୍ଦ୍ରରେ ଚକ୍ଷୁ ରୋଗୀ ମାନଙ୍କୁ ନିଃଶୁଳ୍କ ରହଣି ସହ ରିହାତି ଦରରେ ଚିକିତ୍ସା ସମ୍ୱନ୍ଧୀୟ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ l ବିଆଇପିଏଫର ଉପସଭାପତି ଅଶୋକ ବେହେରା ମଧ୍ୟ ଉଦବୋଧନ ଦେଇଥିଲେ l ଉଦଘାଟନୀ ଉତ୍ସବରେ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଉପ ସଭାପତି ପ୍ରଭାତ ରଞ୍ଜନ ପରିଡା, ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଜିଲା ପରିଷଦ ସଭ୍ୟା ଜେମା ଚାଖୀ, କାଳିଆପାଣି ଓ ରାଁସୋଳ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ l ବିଆଇପିଏଫର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇମ୍ଫାର ପ୍ରଶାସନିକ ଓ କାର୍ମିକ ବିଭାଗ ମୁଖ୍ୟ ଦ୍ଵିତୀରାଜ ଜଗଦାନନ୍ଦ ନାୟକ, ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର, ବିଆଇପିଏଫର ଶମ୍ଭୁନାଥ ନାୟକ, ସାଗର ଦାସ, ଗୀତାଞ୍ଜଳି ଦାସ, ଉମା ପ୍ରଧାନ ପ୍ରମୁଖ ସହାୟତା କରିଥିଲେ l(ଯାଜପୁର ସୁକିନ୍ଦା ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !