ସମ୍ଭାବ୍ଯ ବାତ୍ଯାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି l

ଯାଜପୁର (ବ୍ୟୁରୋ ରିପୋର୍ଟ) : - ସମ୍ଭାବ୍ୟ ବାତ୍ୟା ନେଇ ପ୍ରଚାର ହେବା ପରେ ରବି ଧାନ ଚାଷୀଙ୍କ ଚିନ୍ତା ବଢିଛି। ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ପ୍ୟାକ୍ସ (ପ୍ରାଥମିକ ସେବା ସମବାୟ ସମିତି) ଗୁଡିକରେ ଏଯାଏ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନାହିଁ। ଫଳରେ ଚାଷୀ ତାଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରି ପାରିବେ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ଚଳିତବର୍ଷ ୧୦,୨୦୦ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏଥିରେ ୭ ବ୍ଲକର ୨୩ ପ୍ୟାକ୍ସ ଓ ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେଉଛନ୍ତି। ତେବେ ଅଧିକାଂଶ ଚାଷୀ ଧାନ ଅମଳ କରି ଖଳାରେ ରଖି ଟୋକନ ଅପେକ୍ଷାରେ ଅଛନ୍ତି। ଅନ୍ୟପକ୍ଷେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଆହୂତ ପ୍ରସ୍ତୁତି ବୈଠକରେ ରବି ଧାନ ଓ ଅନ୍ୟାନ୍ୟ ଫସଲଗୁଡିକୁ ନିରାପଦ ସ୍ଥାନକୁ ଆଣିବା ସହ କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଅନୁଧ୍ୟାନ, ଆବଶ୍ୟକ ସ୍ଥଳେ ମରାମତି, ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧ, ବୋଟ୍, ଆସ୍କାଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀର ସ୍ଥିତି ତଦାରଖ ପାଇଁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ବିଭାଗ ନିଜର ଯନ୍ତ...