Posts

Showing posts from July 12, 2023

କଳିଙ୍ଗନଗର ରେ ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ନିମନ୍ତେ ପୂର୍ଣ୍ଣ ସମର୍ଥନ ସହ ଜନଶୁଣାଣି ଶେଷ l

Image
କଳିଙ୍ଗନଗର :- ଦାନଗଦି ବ୍ଲକ ଅନ୍ତର୍ଗତ ଦାନଗଦି ଭବନ ଠାରେ ମେସର୍ସ ଇଣ୍ଡିଆନ୍ ମେଟାଲସ୍ ଓ ଫେରୋ ଆଲୟସ୍ ଲିମିଟେଡ୍‌ କମ୍ପାନୀ, ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାର୍ଷିକ ୯୬,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ହାଇ କାର୍ବନ୍‌ ଫେରୋକ୍ରୋମ୍ ପ୍ଲାଣ୍ଟ ଏବଂ ଚୁଲାରୁ ବାହାରୁଥିବା ଗ୍ୟାସ୍ ରୁ ୧୦ ମେଗାୱାଟ୍ ର ପାୱାର୍ ପ୍ଲାଣ୍ଡ ବସାଇବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜନଶୁଣାଣି ଶେଷ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଯାଜପୁର ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଏହି ଜନଶୁଣାଣି ହୋଇଥିଲା l ଏଥିପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂର୍ଣ୍ଣ ସମର୍ଥନ ମିଳିଛି l ଇମ୍ଫା କମ୍ପାନୀ କୁ ଏଥିପାଇଁ କଳିଙ୍ଗ ନଗର ଶିଳ୍ପାଞ୍ଚଳର ଯଖପୁରା ଓ କଚେରୀଗାଁ ରେ ୫୦,୨୯ ହେକ୍ଟର୍ ଜମି ସରକାରଙ୍କ ଠାରୁ ଲିଜ୍ ସକ୍ସ୍ ରେ ମିଳିସାରିଅଛି । ପ୍ରକଳ୍ପ ପାଇଁ ସୁକିନ୍ଦା ଖଣିରୁ ଆବଶ୍ୟକ କ୍ରୋମାଇଟ୍ ଖଣିଜ ମିଳିବ, ଯାହା ଖଣ୍ଡ ଓ ଗୁଣ୍ଡ ଅବସ୍ଥାରେ ମିଳିବ । ଗୁଣ୍ଡ କ୍ରୋମାଇଟ୍‌ ଖଣିଜ ରେ ମେଲାସେସ୍ ମିଶାଇ ଗୋଲା ତିଆରି କରି ଶୁଖାଯିବା । ଉଭୟ ଗୋଲା ଓ ଖଣ୍ଡ କ୍ରୋମାଇଟ୍‌ ଖଣିଜ କୁ କୋକ୍ ଓ କୋଇଲା ସହିତ ମିଶାଇ ୨ଟି ବିଦ୍ୟୁତ ଚୁଲାରେ ପୋଡ଼ାଯିବ । ଏହି ସମୟରେ ଫେରୋକ୍ରୋମ୍ ତରଳିଯାଇ ଚୁଲ୍ଲାରେ ତଳଭାଗକୁ ଚାଲିଆସିବ ଓ ସ୍ଲାଗ୍ ତା ଉପରେ ଭାସି ରହିବ । ତଳୁ ଓଫେରୋକ୍ରୋମ୍ ଓ ଉପରୁ ସ୍ଲାଗ୍ କୁ ଚ