କଳିଙ୍ଗନଗର ରେ ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ନିମନ୍ତେ ପୂର୍ଣ୍ଣ ସମର୍ଥନ ସହ ଜନଶୁଣାଣି ଶେଷ l

କଳିଙ୍ଗନଗର :- ଦାନଗଦି ବ୍ଲକ ଅନ୍ତର୍ଗତ ଦାନଗଦି ଭବନ ଠାରେ ମେସର୍ସ ଇଣ୍ଡିଆନ୍ ମେଟାଲସ୍ ଓ ଫେରୋ ଆଲୟସ୍ ଲିମିଟେଡ୍‌ କମ୍ପାନୀ, ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାର୍ଷିକ ୯୬,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ହାଇ କାର୍ବନ୍‌ ଫେରୋକ୍ରୋମ୍ ପ୍ଲାଣ୍ଟ ଏବଂ ଚୁଲାରୁ ବାହାରୁଥିବା ଗ୍ୟାସ୍ ରୁ ୧୦ ମେଗାୱାଟ୍ ର ପାୱାର୍ ପ୍ଲାଣ୍ଡ ବସାଇବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜନଶୁଣାଣି ଶେଷ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଯାଜପୁର ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଏହି ଜନଶୁଣାଣି ହୋଇଥିଲା l ଏଥିପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂର୍ଣ୍ଣ ସମର୍ଥନ ମିଳିଛି l ଇମ୍ଫା କମ୍ପାନୀ କୁ ଏଥିପାଇଁ କଳିଙ୍ଗ ନଗର ଶିଳ୍ପାଞ୍ଚଳର ଯଖପୁରା ଓ କଚେରୀଗାଁ ରେ ୫୦,୨୯ ହେକ୍ଟର୍ ଜମି ସରକାରଙ୍କ ଠାରୁ ଲିଜ୍ ସକ୍ସ୍ ରେ ମିଳିସାରିଅଛି । ପ୍ରକଳ୍ପ ପାଇଁ ସୁକିନ୍ଦା ଖଣିରୁ ଆବଶ୍ୟକ କ୍ରୋମାଇଟ୍ ଖଣିଜ ମିଳିବ, ଯାହା ଖଣ୍ଡ ଓ ଗୁଣ୍ଡ ଅବସ୍ଥାରେ ମିଳିବ । ଗୁଣ୍ଡ କ୍ରୋମାଇଟ୍‌ ଖଣିଜ ରେ ମେଲାସେସ୍ ମିଶାଇ ଗୋଲା ତିଆରି କରି ଶୁଖାଯିବା । ଉଭୟ ଗୋଲା ଓ ଖଣ୍ଡ କ୍ରୋମାଇଟ୍‌ ଖଣିଜ କୁ କୋକ୍ ଓ କୋଇଲା ସହିତ ମିଶାଇ ୨ଟି ବିଦ୍ୟୁତ ଚୁଲାରେ ପୋଡ଼ାଯିବ । ଏହି ସମୟରେ ଫେରୋକ୍ରୋମ୍ ତରଳିଯାଇ ଚୁଲ୍ଲାରେ ତଳଭାଗକୁ ଚାଲିଆସିବ ଓ ସ୍ଲାଗ୍ ତା ଉପରେ ଭାସି ରହିବ । ତଳୁ ଓଫେରୋକ୍ରୋମ୍ ଓ ଉପରୁ ସ୍ଲାଗ୍ କୁ ଚୁଲ୍ଲା ରୁ ସଂଗ୍ରହ କରାଯିବ । ଫେରୋକ୍ରୋମ ବିକ୍ରିପାଇଁ ରଖାଯିବ । ସ୍ଲାଗ୍ ରେ କିଛି ପରିମାଣରେ ଫେରୋକ୍ରୋମ୍ ଲାଗିରହିଥିବାରୁ ଏହାକୁ ଥଣ୍ଡା କରି ଗୁଣ୍ଡ କରାଯିବ ଓ ଏଥୁରୁ ଢିଗିଙ୍ଗ ପଦ୍ଧତିରେ ପାଣି ସାହାଯ୍ୟରେ ଫେରୋକ୍ରୋମ୍ କୁ ଅଲଗା କରାଯିବ ଏବଂ ସ୍ଲାଗ୍ କୁ ରାସ୍ତା ତିଆରୀ ଓ ସିମେଣ୍ଟ ପ୍ଳାଣ୍ଟ ଇତ୍ୟାଦିରେ ବ୍ୟବହାର କରାଯିବ, ବଳକା ସ୍ଲାଗ୍ କୁ କମ୍ପାନୀର ସୁକିନ୍ଦା ଠାରେ ଥିବା ଖାଲି କ୍ରୋମାଇଟ୍‌ ଖଣିରେ ଭର୍ତି କରାଯିବ ଏବଂ ଏହିପରିଭାବରେ ସ୍ଲାଗ୍ ଶତପ୍ରତିଶତ ବିନିଯୋଗ ହେବ ।
କମ୍ପାନୀର ପ୍ରସ୍ତାବିତ ୨ × ୩୩ ମେଗାୱାଟ୍ ବୈଦୁତିକ ଚୁଲ୍ଲାରେ ଉପରିଭାଗ ସମ୍ପୂର୍ଣ ଆଚ୍ଛାଦିତ
ରହିବ ଯାହାଫଳରେ ଖଣିଜ, କୋକ୍ ଓ କୋଇଲା ସହିତ ରାସାୟନିକ ପ୍ରକ୍ରୀୟା କରୁଥିବାବେଳେ
ବାହାରର ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବ ନାହିଁ । ଚୁଲାରୁ ବାହାରୁଥିବା ଗ୍ୟାସକୁ ଭେଞ୍ଚୁରୀ ସ୍ରବର୍ ର
ପାଣିରେ ସଫା ହେବା ପରେ ସେହି ଗ୍ୟାସ୍ କୁ ଜଳାଇ ସେଥିରେ ବାଷ୍ପ ଓ ବାଷ୍ପ ରୁ ଜେନେରେଟର୍
ସାହାଯ୍ୟରେ ୧୦ ମେଗାୱାଟ୍ ଶକ୍ତି ଉତ୍ପାଦନ କରାଯିବ । କାରଖାନା ରୁ ବାହାରୁଥିବା ଦୂଷିତ ଜଳ କୁ କାରଖାନା ବାହାରକୁ ଛାଡିଦିଆଯିବ ନାହିଁ । ଏହାକୁ ଇ.ଟି. ପି. ରେ ପରିଷ୍କାର କରାଯାଇ ପୁନଃ ବ୍ୟବହାର କରାଯିବ । କାରଖାନାର ୫୦.୨୯ ହେକ୍ଟର୍ ଜମି ଉପରେ ହେଇଥିବା ବର୍ଷା ଜଳକୁ ସଂଗ୍ରହ କରାଯାଇ ପରିଷ୍କାର କରାଯିବ ଓ କାରଖାନାରେ ବ୍ୟବହାର କରାଯିବ । ବର୍ଷାଜଳ କାରଖାନା ବାହାରକୁ ଛଡା ଯିବନାହିଁ, ଏହା ମୂର୍ତିକା ସଂରକ୍ଷଣରେ ସାହାଯ୍ୟ କରିବ । ଫେରୋକ୍ରୋମ୍ ଓ ପାୱାର୍ ପ୍ଲାଣ୍ଟ୍ ପାଇଁ ଦିନକୁ ୨,୨୫୦ ଘନମିଟର ଜଳ ଦରକାର ହେବ, ଯାହା
ଇଡ଼କୋ ପାଇପ୍ ସାହାଯ୍ୟ ରେ କାରଖାନାକୁ ଯୋଗାଇଦେବ । କମ୍ପାନୀ ନିଜସ୍ବ ୧୦ ମେଗାୱାଟ୍ ଶକ୍ତି ଉପଯୋଗ କରିବ ଓ ଅବଶିଷ୍ଟାଂଶ ଶକ୍ତି ନିଜସ୍ବ ଚୌଦ୍ବାର ସ୍ଥିତ ପାୱାର୍ ପ୍ଲାଣ୍ଡ୍ ରୁ ଅଣାଯିବ
ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ କାରଖାନାର ପାଚେରୀ କଡେ କଡେ ୧୬.୬ ହେକ୍ଟର
ଜମିରେ ସବୁଜ ବଳୟ ସୃଷ୍ଟି କରାଯିବ । ଅଧିକ ଉଚ୍ଚତା ବିଶିଷ୍ଟ ବୃକ୍ଷ ଗୁଡିକ ପାଚେରୀ ଆଡକୁ ଓ କମ୍ ଉଚ୍ଚତା ବିଶିଷ୍ଟ ବୃକ୍ଷ ଗୁଡିକ କାରଖାନା ଆଡକୁ ରହିବ । କାରଖାନା ର ନିଯୁକ୍ତିରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଦିଆଯିବ । କାରଖାନା ବସାଇବା ପାଇଁ ପ୍ରାୟ ୫୪୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ୨୦୨୨ ନଭେମ୍ବର ମାସ ଆରମ୍ଭ ରୁ ଜାନୁଆରୀ ୨୦୨୩ ଶେଷ ପର୍ଯ୍ୟନ୍ତ ପ୍ରସ୍ତାବିତ କାରଖାନାର ୧୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଅଞ୍ଚଳରେ ମୂର୍ତ୍ତିକା, ଜଳ, ବାୟୁ ଓ ଧୂନିର ସ୍ଥିତି ପଞ୍ଜିକରଣ କରାଯାଇଅଛି । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !