Posts

Showing posts from September 6, 2024

"ଅପରାହ୍ନର ସୂର୍ଯ୍ୟ" ଆସନ୍ତା ୬ ସେପ୍ଟେମ୍ବର ରେ ମୁକ୍ତିଲାଭ କରିବ l

Image
ବ୍ୟୁରୋ ରିପୋର୍ଟ : - ଆସନ୍ତା ଗଣେଶ ପୂଜା ଅବସରରେ ଅନନ୍ୟା ପ୍ରଡ଼କସନ ର ଦ୍ଵିତୀୟ ଅବଦାନ ଅପରାହ୍ନର ସୂର୍ଯ୍ୟ ସ୍ତୁତି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିବ l ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶକ, ନିର୍ମାତା ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ଅଛନ୍ତି l ଓଡିଶା ରୁ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଥିବା ମୁଣ୍ଡପୋତା କେଳା ଙ୍କ ଜୀବନ ଶୈଳୀ କୁ ଅତି ଚମତ୍କାର ଭାବରେ ଉପସ୍ଥାପନ କରିବାକୁ ଶ୍ରୀ ମହାନ୍ତି ବହୁ ପରିଶ୍ରମ କରିଛନ୍ତି l ତିନି ପିଢୀ ର କାହାଣୀ ଚଳଚ୍ଚିତ୍ର ରେ ବହୁତ ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀ ମାନେ ସୁନ୍ଦର ତଥା ବାସ୍ତବ ଅଭିନୟ ସମସ୍ତଙ୍କୁ ମୁଗ୍ଧ କରିବ ବୋଲି ସଂସ୍ଥା ର ସମସ୍ତେ ଆଶା ରଖିଛନ୍ତି l ପ୍ରଥମ ଥର ପାଇଁ ଦର୍ଶକ ମୁଣ୍ଡ ପୋତା କେଳା ଭଳି ଏକ ମୌଳିକ ତଥା ନିଆରା ବିଷୟକୁ ବଡ଼ ପରଦାରେ ଦେଖିବାକୁ ପାଇବେ l ନିଜେ ନିର୍ମାତା, ନିର୍ଦ୍ଦେଶକ ଏହାର ଚିତ୍ରନାଟ୍ୟ ଓ କାହାଣୀ ପ୍ରସ୍ତୁତ କରିଛନ୍ତି l ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ ଏହାର ସଙ୍ଗୀତ ଓ ଶ୍ରୀ ଅଜିତ ଦାସ କ୍ୟାମେରା ଦାୟିତ୍ୱ ରେ ଅଛନ୍ତି l ଏଥିରେ ଜୟା ସ୍ୱାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାସ, ମୁନମୁନ ଖୁଣ୍ଟିଆ, ସୁସନ୍ଧ୍ୟା, ଜାନକୀ ନାଥ ମିଶ୍ର, ଅଜୟ ମହାନ୍ତି, ରାହୁଲ ବିନ୍ଧାଣୀ ପ୍ରମୁଖ ଅଭିନୟ କରିଛନ୍ତି l ଦର୍ଶକ ମାନେ ଏହାକୁ ଭରପୁର ଉପଭୋଗ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛନ୍ତି l

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ମହୋତ୍ସବ-୨୦୨୪

Image
ଯାଜପୁର, ତା ୦୫.୦୯ :- ପବିତ୍ର ଗୁରୁଦିବସ ଅବସରରେ ପୂର୍ବାହ୍ନରେ ରସୁଲପୁର ବ୍ଲକର ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ମହା ସମାରୋହରେ ଜିଲ୍ଲାପାଳ ଶ୍ରୀମତୀ ପି.ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ମାନ୍ୟବର ଯାଜପୁର ସାଂସଦ ଡ଼ା. ରବି ନାରାୟଣ ବେହେରା କହିଲେ ମାନନୀୟ ପ୍ରଧାନ ମନ୍ତ୍ରୀ ୨୦୨୯ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବାକୁ ଯାଉଛନ୍ତି । ଗରିବ, ମହିଳା, କୃଷକ ଓ ଯୁବ ବର୍ଗ ହେଉଛନ୍ତି ଭାରତର ଭବିଷ୍ୟତ ଗୁରୁ ମାନେ ଭାରତକୁ ନୂତନ ଦିଗରେ ସୃଷ୍ଟି କରିବାରେ ବ୍ରତୀ ହୁଅନ୍ତୁ । ଗୁରୁ ଶିଷ୍ୟ ପରମ୍ପରାରେ ଗୁରୁକୁଳ ପଦ୍ଧତିରେ ଭାରତରେ ତକ୍ଷଶିଳା, ନାଳନ୍ଦା ଆଦି ବିଶ୍ବସ୍ତରୀୟ ବିଶ୍ୱ ବିଦ୍ୟାଳୟ ରହିଛି । ଯାଜପୁର ଜିଲ୍ଲାର ଜାରକା ପାଖରେ ପୁଷ୍ପ ଗିରି ବିଶ୍ବବିଦ୍ୟାଳୟ ଥିଲା । ସ୍କୁଲ ସମୟରେ ଗୁରୁମାନେ ଯେଉଁ ମହାନ ଶିକ୍ଷା ଦେଇଛନ୍ତି ସେ ବିଦ୍ୟା ଜୀବନର ଶେଷ ପର୍ଯ୍ୟନ୍ତ କାମ ଦେବ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ  ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା କହିଲେ ଆଜି ହେଉଛି ପବିତ୍ର ଗୁରୁ ଦିବସ ଡ଼.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜ

ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ l

Image
ଯାଜପୁର (ତା ୦୫.୦୯) :- ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଜି ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀମତି ପି. ଅନ୍ଵେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ  ଅଶୋକ କୁମାର ବେଉରିଆ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ସୁଭଦ୍ରା ଯୋଜନା ହିତାଧିକାରୀ ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର ଓ ଅଙ୍ଗନବାଡି ଦିଦିଙ୍କ ଠାରୁ ଗ୍ରହଣ କରିପାରିବେ । ଏହି ସମ୍ବନ୍ଧିତ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟର ସୁଭଦ୍ରା ସହାୟତା କେନ୍ଦ୍ରରେ ଯୋଗାଯୋଗ କରି ପାରିବେ । ଯୋଗ୍ୟ ହିତାଧୀକାରୀମାନେ ନିଜ ଆଧାର କାର୍ଡ,ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ର ସମସ୍ତ ଦରକାରୀ କାଗଜପତ୍ର ନେଇ ଚିହ୍ନଟ ହୋଇଥିବା ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନ ସେବା କେନ୍ଦ୍ର ଠାରେ ନିଜ ନାମ ସୁଭଦ୍ରା ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ଏଥି ନିମନ୍ତେ e-KYC ର ବ୍ୟବସ୍ଥା ଅଛି (OTP based, Finge

ଝାଡେଶ୍ୱର ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ଦାନଗଦୀ) :- ଜିଲ୍ଲାର ଦାନଗଦି ବ୍ଲକ ଟୋଲକାନି ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ କୁମାର ସାହୁ, ଖଗେଶ ଜେନା, ବାଇଧର ସାହୁ, ଗୋବର୍ଦ୍ଧନ ସାହୁ, ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥସାରଥୀ ବଳ, ସନ୍ଦୀପ ଦାସ, ବ୍ରିଜେଶ ବେହେରା,ଅଧ୍ୟାପିକା ଶିଲନ ପ୍ରଭା ନାୟକ, ଇତିଶ୍ରୀ ମଲ୍ଲିକ, ନିତୁ ସାହୁ ପ୍ରମୁଖ ଯୋଗଦେଇ ଗୁରୁଦିବସ ସମ୍ପର୍କରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳ ଜୀବନର ମାର୍ଗଦର୍ଶନ କରାଇଥିଲେ। ସଭାର ପ୍ରାରମ୍ଭରୁ କଲେଜର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ପଣ୍ଡା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ କଳାର ଛାତ୍ରୀ ଶ୍ରାବଣୀ ସାହୁ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।