ଝାଡେଶ୍ୱର ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି l


ଯାଜପୁର (ଦାନଗଦୀ) :- ଜିଲ୍ଲାର ଦାନଗଦି ବ୍ଲକ ଟୋଲକାନି ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ କୁମାର ସାହୁ, ଖଗେଶ ଜେନା, ବାଇଧର ସାହୁ, ଗୋବର୍ଦ୍ଧନ ସାହୁ, ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥସାରଥୀ ବଳ, ସନ୍ଦୀପ ଦାସ, ବ୍ରିଜେଶ ବେହେରା,ଅଧ୍ୟାପିକା ଶିଲନ ପ୍ରଭା ନାୟକ, ଇତିଶ୍ରୀ ମଲ୍ଲିକ,ନିତୁ ସାହୁ ପ୍ରମୁଖ ଯୋଗଦେଇ ଗୁରୁଦିବସ ସମ୍ପର୍କରେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳ ଜୀବନର ମାର୍ଗଦର୍ଶନ କରାଇଥିଲେ।
ସଭାର ପ୍ରାରମ୍ଭରୁ କଲେଜର ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ପଣ୍ଡା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ କଳାର ଛାତ୍ରୀ ଶ୍ରାବଣୀ ସାହୁ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !