Posts

Showing posts from March 4, 2021

ଦୈନିକ ଓଡ଼ିଆ ଖବରକାଗଜ'' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Image
Beuro report - ଓଡ଼ିଶା ରେ ଅତି ପରିଚିତ, ନିର୍ଭୀକ ଓଡ଼ିଆ ଦୈନିକ ଖବର କାଗଜ '' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଦିବସ ଢେଙ୍କାନାଳ ସ୍ଥିତ ଗୋପବନ୍ଧୁ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ '' ମନ୍ଥନ '' ର ସମ୍ପାଦକ ଶରତ ରାଉତ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ - ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବର୍ଷରେ ମିଡିଆ ପୁଞ୍ଜିପତି, ଶିଳ୍ପପତି ଓ ରାଜନେତା ଚଳାଇଛନ୍ତି l ଯାହାଦ୍ୱାରା ଭିନ୍ନ ଭିନ୍ନ ସମ୍ବାଦ ପତ୍ର ରେ କୌଣସି ସଠିକ୍ ଖବର ଜନସାଧାରଣ ପାଇପାରୁନାହାନ୍ତି I କିନ୍ତୁ'' ମନ୍ଥନ '' କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ହୋଇଥିଲେ ବି ଗୁଣାତ୍ମକ ଓ ନିର୍ଭୀକ ସମ୍ବାଦ ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିଛି l ଦଳ ମତ ନିର୍ବିଶେଷରେ ଖବର ପ୍ରଚାରିତ କରି ଓଡ଼ିଶା ର କୋଣ ଅନୁକୋଣରେ ପରିଚିତ ହୋଇପରିଛି l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ (ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ), ଶ୍ରୀଯୁକ୍ତ ଅବନୀକାନ୍ତ କାନୁନଗୋ (ସଭାପତି ରାଜ୍ଯ ଶିଳ୍ପ ମହାସଂଘ), କର୍ନେଲ ବିଶ୍ୱେଶ୍ୱର ରାଉତ୍, ସୂଚନା ଅଧିକାର କର୍ମୀ- ପ୍ରିୟବ୍ରତ ଗଡନାୟକ ଏହା ସହିତ ମୁଖ୍ୟ ବକ୍ତା ଭାବ...