ଗଣମାଧ୍ୟମକୁ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟର ପ୍ରତିବାଦ: ଗିରଫ ଦାବି

ଯାଜପୁର (ବ୍ୟାସନଗର) :- ଗତ ଗୁରୁବାର ଜଣେ ମହିଳାଙ୍କୁ ଅସଦାଚରଣ ଏବଂ ଠକେଇ ମାମଲାରେ ଯାଜପୁର ରୋଡ଼ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏଥିରେ ପ୍ରତିହିଂସା ପରାୟଣ ହୋଇ ତଥାକଥିତ ସମାଜସେବୀ ଶାସ୍ତ୍ରୀ ବାହାଦୁର ପ୍ରଧାନ ସାମାଜିକ ଗଣମାଧ୍ୟମରେ ସାମ୍ବାଦିକମାନଙ୍କୁ ଆକ୍ଷେପ ଓ ଅଶାଳୀନ ଶବ୍ଦ ବ୍ୟବହାର କରି ଏକ ପୋଷ୍ଟିଂ କରିଥିଲେ। ଯେଉଁଥିରେ ସାମ୍ବାଦିକ ମାନଙ୍କର ସମ୍ମାନ ଓ ମର୍ଯ୍ୟାଦା ହାନି ହୋଇଥିଲା। ତଥାକଥିତ ସମାଜସେବୀ ଶୁକ୍ରବାର ବ୍ୟାସନଗର ସାମ୍ବାଦିକ ସମୂହ ଯାଜପୁର ରୋଡ଼ ଥାନାରେ ଏତଲା ଦେବା ସହିତ ସେମାନଙ୍କ ସମ୍ମାନ ହାନି ମନ୍ତବ୍ୟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ଗିରଫ ଦାବି କରିଥିଲେ । ସାମ୍ବାଦିକମାନଙ୍କ ଏତାଲା ଗ୍ରହଣ କରି ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଏକ ମାମଲା ରୁଜୁ କରିବା ସହିତ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ପୁଲିସ ୨ ଗୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଥିଲେ। . ...