ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସରକାର ଙ୍କ ନୂତନ ଭେଟି l
ସମ୍ବଲପୁର (ବ୍ୟୁରୋ ରିପୋର୍ଟ) :- ନୂଆଖାଇ ପଶ୍ଚିମ ଓଡିଶା ର ଗଣ ପର୍ବ l ଏବେ ଖାଲି ପଶ୍ଚିମ ଓଡିଶା ନୂହେଁ ବିଭିନ୍ନ ରାଜ୍ଯ ଓ ଜିଲ୍ଲାମାନଙ୍କରେ ଏହା ପାଳିତ ହେଇଛି କିନ୍ତୁ ପାରମ୍ପରିକ ଭାବେ ଏହା ପଶ୍ଚିମ ଓଡିଶା ରେ ଖୁବ୍ ଧୁମଧାମରେ ପାଳନ ହେଉଅଛି l ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଈଙ୍କ ଦର୍ଶନ କରିଛନ୍ତି। ମା'ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ସ୍ତ୍ରୀଙ୍କ ସହିତ ନବାନ୍ନ ଖାଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ବସି ନୂଆଁ ଖାଇଥିଲେ। ଏହା ପରେ ସାଧାରଣ ସଭାରେ ନିଜର ଅଭିଭାଷଣ ରେ କହିଥିଲେ ଯେ, ରାଜ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଏମ୍ସ। ଏ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ଏମ୍ସ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁ...