Posts

Showing posts from December 25, 2020

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦର ମାଟିରେ ଭବ୍ୟ ସମ୍ବର୍ଦ୍ଧନା l

Image
କଟକ (ବ୍ୟୁରୋ ରିପୋର୍ଟ) :- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ"(ଉଵିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ବଜାରରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ କାର୍ମଧାରାର ଉଚ୍ଚ ପ୍ରସଂଶା କରିବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ଵରେ ଭାଜପା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭାଜପା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ବୁଲୁ ପ୍ରଧାନ,ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଲଷ୍ମୀଧର ଜେନା, ବିମଳ କୁମାର ପଣ୍ଡା, ଅଶୋକ କୁମାର ସାମଲ, ନିରଞ୍ଜନ ରାଉଳ,ସୁମନ ଦାଶ, ତୁଷାର ବେହେରା, ସଂଜୟ ମଲ୍ଲିକ, ରଘୁନାଥ ଚୌଧୁରୀ, ରଂଜନ ସେଠୀ,ଗୋପୀନାଥ ସେଠୀ, ରତିକାନ୍ତ ନାୟକ, ସନ୍ତୋଷ ଭୋଇ, ବିଜୟ କୁମାର ନାୟକ,ସଂଜୟ ସେଠୀ,ସୁଦର୍ଶନ ଜେନା,ସଂଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତଥିଲେ ! ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗପୁରୁଷ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଉତ୍ସବ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପଲକ୍ଷେ ଯୋଗଦାନ କରିବାର ବ୍ୟବସ୍ଥାରହିଛି ! ବିଭିନ୍ନ ଜନହିତକର କାର୍ଯ୍ୟରେ "ଉତ୍କଳ ବିକାଶ ପରିଷଦ" ସଂଗଠନର ଭୂମିକା...

ଇମ୍ଫା ଭୂତଳ ଖଣି ପିଟ୍ ହେଡ କମ୍ପ୍ଲେକ୍ସ ଉଦଘାଟିତ।

Image
ଯାଜପୁର (ସୁକିନ୍ଦା): ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର ମହାଗିରି କ୍ରୋମାଇଟ ଖଣିଠାରେ ନିର୍ମିତ ସୁକିନ୍ଦା ଖଣି ଉପତ୍ୟକାର ପ୍ରଥମ ଅତ୍ୟାଧୁନିକ ପିଟ୍ ହେଡ୍ କମ୍ପ୍ଲେକ୍ସ ଭରଚୁଆଲ ମାଧ୍ୟମରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭକାନ୍ତ ପଣ୍ଡାଙ୍କଦ୍ୱାରା ଗତ ୨୪ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନେ ଇମ୍ଫାର ଗୁଣାତ୍ମକମାନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ମିଳିତଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l  ଏହି କମ୍ପ୍ଲେକ୍ସରେ କର୍ମଚାରୀଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୌଚାଳୟ, ପରିସ୍ରାଗାର, ବିଶ୍ରାମାଗାର, ପ୍ରାଥମିକ ଚିକିତ୍ସl କେନ୍ଦ୍ର ସମେତ ସଭାଗୃହ, ଲକ୍କର, କ୍ୟାପ ଲ୍ୟାମ୍ପ ଆଦି ବହୁମୁଖୀ ଗୃହ ରହିଛି l ଏଥିରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସ୍ୱାଗତ ଭାଷଣ ଦେଇଥିଲେ l ଖଣି ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଞ୍ଜିବ ଦାସ ପ୍ରାରମ୍ଭିକ ସୂଚନାଦେଇ ପିଟ ହେଡ କମ୍ପ୍ଲେକ୍ସର ବ୍ୟବହାରିକ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ l ମହାଗିରି ଖଣି ପରିଚାଳକ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଇମ୍ଫାର ପ୍ରଶାସନିକ ତଥା କାର୍ମିକ ବିଭାଗ ମୁଖ୍ୟ ଅଜୟ କୁମାର ବେହୁରିଆ ଓ ସହକର୍ମୀମାନେ ଏହି ଭରଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ) l