ଇମ୍ଫା ଭୂତଳ ଖଣି ପିଟ୍ ହେଡ କମ୍ପ୍ଲେକ୍ସ ଉଦଘାଟିତ।

ଯାଜପୁର (ସୁକିନ୍ଦା): ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର ମହାଗିରି କ୍ରୋମାଇଟ ଖଣିଠାରେ ନିର୍ମିତ ସୁକିନ୍ଦା ଖଣି ଉପତ୍ୟକାର ପ୍ରଥମ ଅତ୍ୟାଧୁନିକ ପିଟ୍ ହେଡ୍ କମ୍ପ୍ଲେକ୍ସ ଭରଚୁଆଲ ମାଧ୍ୟମରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭକାନ୍ତ ପଣ୍ଡାଙ୍କଦ୍ୱାରା ଗତ ୨୪ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନେ ଇମ୍ଫାର ଗୁଣାତ୍ମକମାନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ମିଳିତଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l 
ଏହି କମ୍ପ୍ଲେକ୍ସରେ କର୍ମଚାରୀଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୌଚାଳୟ, ପରିସ୍ରାଗାର, ବିଶ୍ରାମାଗାର, ପ୍ରାଥମିକ ଚିକିତ୍ସl କେନ୍ଦ୍ର ସମେତ ସଭାଗୃହ, ଲକ୍କର, କ୍ୟାପ ଲ୍ୟାମ୍ପ ଆଦି ବହୁମୁଖୀ ଗୃହ ରହିଛି l ଏଥିରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସ୍ୱାଗତ ଭାଷଣ ଦେଇଥିଲେ l ଖଣି ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଞ୍ଜିବ ଦାସ ପ୍ରାରମ୍ଭିକ ସୂଚନାଦେଇ ପିଟ ହେଡ କମ୍ପ୍ଲେକ୍ସର ବ୍ୟବହାରିକ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ l ମହାଗିରି ଖଣି ପରିଚାଳକ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଇମ୍ଫାର ପ୍ରଶାସନିକ ତଥା କାର୍ମିକ ବିଭାଗ ମୁଖ୍ୟ ଅଜୟ କୁମାର ବେହୁରିଆ ଓ ସହକର୍ମୀମାନେ ଏହି ଭରଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !