Posts

Showing posts from October 25, 2022

ଦୁଇ ଭାଇଙ୍କ ମଧ୍ୟରେ ମାରପିଟ ଥାନାରେ ଅଭିଯୋଗ l

Image
             ଥାନାର  (ଫାଇଲ ଫଟୋ)  ଯାଜପୁର (ଦାନଗଦୀ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରି ଗ୍ରାମରେ ଘର ଜାଗା କୁ କେନ୍ଦ୍ର କରି ଗଢ଼ିଉଠିଥିବା ମାଡପିଟ କୁ ନେଇ ଥାନାରେ ଅଭିଯୋଗ ହୋଇଛି l ଏହି ପରିପ୍ରେକ୍ଷୀରେ ଦୁଇ ଭାଇଙ୍କ ପକ୍ଷରୁ ଟମକା ଥାନା ଲିଖିତ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଯେ ଟମକା ଥାନା ଅନ୍ତର୍ଗତ ଚିତ୍ରି ନୂଆଗାଁ ର କୃଷ୍ଣଚନ୍ଦ୍ର ଷଣ୍ଢ ଙ୍କ ସାନ ପୁଅ କୈଳାସ ଚନ୍ଦ୍ର ଷଣ୍ଢ ନିଜର ଘର ତିଆରି କାମ କରୁଥିବା ସମୟରେ ଦିନ ସାଢ଼େ ଗୋଟାଏ ବେଳେ ବଡ଼ ଭାଇ ରମାକାନ୍ତ ଷଣ୍ଢ ଓ ତାଙ୍କ ସ୍ତ୍ରୀ ବନ୍ଦନା ଷଣ୍ଢ ମିଶି ସାନ ଭାଇ କୈଳାସ ତାଙ୍କ ସ୍ତ୍ରୀ ଓ ପୁଅକୁ ଲୁହା ରଡ଼ ସାହାଯ୍ୟରେ ଆକ୍ରମଣ ଓ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି l ଏ ବିଷୟରେ କୈଳାସ ଟମକା ଥାନା ରେ ଏତଲା ଦେଇଥିଲେ I ପୋଲିସ ଏହି ଏତଲା କ୍ରମେ କେସ୍ ନଂ ୧୨୫/୨୪-୧୦-୨୦୨୨ ଆଇପିସି ଧାରା ୩୪୧/୩୨୩/୪୨୭/୩୫୪/୩୩୬/୫୦୬ ରେ କେସ୍ ରୁଜୁ କରିଥିବା ବେଳେ ଅପର ପକ୍ଷରେ ବଡ଼ ଭାଇ ରମାକାନ୍ତ ଷଣ୍ଢ ସାନ ଭାଇ କୈଳାସ ଓ ଭାଇ ବୋହୁ ନାମରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଏକ ଏତଲା ଦାଏର କରିଥିବା ଜଣାପଡିଛି l ଏହି ଏତଲା କ୍ରମରେ ପୋଲିସ କେସ୍ ନଂ ୧୨୬/୨୪-୧୦-୨୦୨୨ ଆଇପିସି ଧାରା ୩୪୧/୩୨୩/୨୯୪/୩୫୪/୫୦୬/୩୪ ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି l ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍